fbpx

ଘରୋଇ ହସ୍ପିଟାଲରେ ଚାମ୍ବର ଭିତରୁ ଡାକ୍ତରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , କିଛି ଦିନ ତଳେ କରିଥିଲେ ବିବାହ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ତାଙ୍କ ଚ୍ୟାମ୍ବରରେ ଥିବାବେଳେ ଏହି ମୃତ୍ୟୁ ଘଟିଥିଲା । ତେବେ ଏହାର କାରଣ ସ୍ପଷ୍ଟ ହୋଇପାରିନାହିଁ । ଦୀର୍ଘସମୟ ଧରି ଚ୍ୟମ୍ବରର କବାଟ ନଖୋଲିବାରୁ ଡାକ୍ତରଖାନା କର୍ତ୍ତୃକ୍ଷଙ୍କ ସନ୍ଦେହ ହୋଇଥିଲା । ତେବେ କର୍ମକର୍ତ୍ତାମାନେ କବାଟ ଖୋଲି ତାଙ୍କ ମୃତଦେହ ଉଦ୍ଧାର କରିଥିଳେ । ଏହି ଡାକ୍ତର ଜଣକ ଅଳ୍ପଦିନ ତଳେ ବିବାହ କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଡାକ୍ତର କେମିତ ମୃତ୍ୟୁ ଘଟିଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ପୋଲିସ ପକ୍ଷରୁ ବିଭିନ୍ନ ଦିଗରୁ ଛାନ୍‌ଭିନ୍ ଚଳାଇଥିବା ଜଣାପଡିଛି।

Get real time updates directly on you device, subscribe now.