fbpx

(Video) ଷ୍ଟେଜରେ ନିକ ଜୋନାସଙ୍କୁ ‘ବାର୍ଥଡେ’ କିସ୍‌’ ଦେଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ୧୬ ସେପ୍ଟେମ୍ବରରେ ନିଜର ୩୧ତମ ଜନ୍ମଦିନ ପାଳନ କରିଛନ୍ତି। ସେଲିବ୍ରେସନ ସମୟର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ନିକ ଲଣ୍ଡନରେ ନିଜର ମ୍ୟୁଜିକ କନସର୍ଟ ସମୟରେ ଷ୍ଟେଜ ଉପରେ କେକେ କାଟିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ସମସ୍ତ ଫ୍ୟାନ୍ସ ନିକଙ୍କ ପାଇଁ ବାର୍ଥଡେ ସଙ୍ଗ୍ ଗାଇଥିଲେ।

ଭିଡିଓରେ ପ୍ରିୟଙ୍କା ଷ୍ଟେଜ ପାଖରେ ହିଁ ଦର୍ଶକଙ୍କ ସଙ୍ଗେ ଠିଆ ହୋଇଥିଲେ। ବାର୍ଥଡେ ସଙ୍ଗ ପରେ ନିକ କେକରେ ଲାଗିଥିବା ମହମବତୀକୁ ଲିଭାଇଥିଲେ, ଏହାପରେ ପ୍ରିୟଙ୍କାଙ୍କ ପାଖକୁ ଆସି କିସ୍ କରିଥିଲେ। ଏହି ସମୟରେ ଅଭିନେତ୍ରୀ ୟେଲୋ ପ୍ୟାଣ୍ଟ ଏବଂ ଟପରେ ଗ୍ଲାମରସ ଲାଗୁଥିଲେ।

ପ୍ରିୟଙ୍କା ନିକଙ୍କ ପାଇଁ ସୋସିଆଲ ମିଡିଆରେ ଏକ ସ୍ପେଶାଲ ପୋଷ୍ଟ କରିଥିଲେ। ଏଥିରେ ତାଙ୍କ ଝିଅ ମାଳତୀ ମ୍ୟାରୀ ଚୋପ୍ରା ଜୋନାସ ମଧ୍ୟ ଥିଲେ। ସେ ସେଲିବ୍ରେସନର କିଛି ଫଟୋଜ ସେୟାର କରି ଲେଖିଥିଲେ, ‘ତୁମକୁ ସେଲିବ୍ରେଟ କରିବା ମୋ ଜୀବନର ସବୁଠାରୁ ବଡ଼ ଖୁସି। ତୁମେ ମୋତେ ସେହି ଦିଗକୁ ବଢାଇଛ, ଯେଉଁ ବିଷୟରେ ମୁଁ କେବେ ଭାବିନଥିଲି। ମୋତେ ଏପରି ଶାନ୍ତି ଦେଇଛ, ଯାହା ମୁଁ କେବେ ଭାବିନଥିଲି। ଆଉ ଏପରି ଭଲପାଇଲ ଯାହା କେବଳ ତୁମେ ହିଁ କରିପାରିବ। ମୋତେ ଆଶା ଥିଲା ଯେ, ଆପଣଙ୍କ ସମସ୍ତ ସ୍ୱପ୍ନ ସର୍ବଦା ସତ ହେବ। ଜନ୍ମଦିନର ଶୁଭେଚ୍ଛା ବେବି।’

 

View this post on Instagram

 

A post shared by Patty Cardona (@jerryxmimi)

Get real time updates directly on you device, subscribe now.