fbpx

ପଦ ଖାଲି ହେବାରୁ ମିଳିଯାଏନି ପ୍ରମୋସନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଯୁକ୍ତି ସମୟରେ ପ୍ରମୋସନକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ପୂର୍ବରୁ ପଦ ଖାଲି ଅଛି, କେବଳ ଏହି ଆଧାରରେ ଜଣଙ୍କୁ ପ୍ରମୋସନ ଦିଆଯାଇପାରିବ ନାହିଁ । ପ୍ରମୋସନ ବା ପଦନ୍ନୋତି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ଯେଉଁ ପଦବୀରେ ନିଯୁକ୍ତି ପାଇଁ ନିୟମ ଅଲଗା ଅଲଗା ରହିଛି, ପଦନ୍ନୋତି ସମୟରେ ତାକୁ ଏକ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାରଙ୍କ ଯାଚିକା ଉପରେ ଜଷ୍ଟିସ ଏସ.କେ କୌଲ ଓ ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ଣୁଣାଣି କରିଛି ।

ଜୁନିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ (ଜେଏଜି) -୧ କୁ ପଦୋନ୍ନତିର ଏକ ମାମଲାରେ ୨୦୧୪ରେ ଆବେଦନକାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହି ରାୟରେ ହାଇକୋର୍ଟ ୨୦୧୨ ରେ ପର୍ସନାଲ ଏବଂ ଟ୍ରେନିଂ ବିଭାଗ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଆବେଦନକାରୀ ଲାଭ ପାଇବାକୁ ଯୋଗ୍ୟ ବିବେଚିତ କରିଥିଲେ । ଏହି ସର୍କୁଲାରରେ କୁହାଯାଇଛି ଯେ, ସେବା ମୁକ୍ତ ସମୟରେ ପଦୋନ୍ନତି ପାଇବାକୁ ଯୋଗ୍ୟ ଥିବା ଜଣେ କର୍ମଚାରୀ ବେତନ ବୃଦ୍ଧି ପାଇବାକୁ ହକଦାର ହେବେ । ସେହିପରି ଅନ୍ୟ ଜଣେ ଆବେଦନକାରୀଙ୍କ ମାମଲାରେ ହାଇକୋର୍ଟ କହିଛନ୍ତି ଯେ ୨୦୦୯ ଅକ୍ଟୋବର ପରଠାରୁ ଏହି ପଦବୀ ଖାଲି ଥିବାବେଳେ ଆବେଦନକାରୀ ଜୁଲାଇ ୧, ୨୦୧୧ ଠାରୁ ପଦୋନ୍ନତି ପାଇଛନ୍ତି । ଏହି ବିଳମ୍ବର କାରଣ ସ୍ପଷ୍ଟ ହୋଇନାହିଁ । ୨୦୦୯ ମସିହାରୁ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବା ଉଚିତ୍ ।

ଏଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ନିୟମରେ କୌଣସି ଅସ୍ପଷ୍ଟତା ନାହିଁ । ଜେଏଜି-୧ କୁ କେବଳ ଜେଏଜ-୨ ର ଏକ ଅପ-ଗ୍ରେଡେସନ୍ ଭାବରେ ବିବେଚନା କରାଯାଇପାରିବ ନାହିଁ । ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପ୍ରକ୍ରିୟା ଏବଂ ଯୋଗ୍ୟତା ମାନଦଣ୍ଡ ଅଲଗା । କେବଳ ଉପରୋକ୍ତ ପଦବୀ ଖାଲି ଥିବାରୁ ପଦୋନ୍ନତି ହୋଇପାରିବ ନାହିଁ । ପଦୋନ୍ନତି କେବଳ ଯୋଗ୍ୟତା ଏବଂ ଅନ୍ୟାନ୍ୟ ପାରାମିଟର ଆଧାରରେ ସ୍ଥିର କରାଯାଇପାରେ । ଏହି ପଦଟି ଖାଲି ଅଛି, ତାହାକୁ ଆଧାର କରି କେହି ନିଜ ପାଇଁ ପଦୋନ୍ନତି ଦାବି କରିପାରିବେ ନାହିଁ ।

Get real time updates directly on you device, subscribe now.