fbpx

ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ, ୩ ।୧୨(ଓଡିଶା ଭାସ୍କର): ନୟାଗଡର ‘ପରୀ’ ମୃତ୍ୟୁ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି । ନୟାଗଡ ଏସପିଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ ହେବ । ତେବେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ହୋଇଥିଲା । ସିବିଆଇ ତଦନ୍ତ ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମାମଲା ହୋଇଛି ।

Get real time updates directly on you device, subscribe now.