fbpx

PIN ଦେବା ବେଳେ ସାବଧାନ! କ୍ୟାମେରା ସବୁ ଦେଖୁଛି, ଦିଲ୍ଲୀ ଆଡିଡାସ୍ ଷ୍ଟୋର୍‌ ରେ POS ମେସିନ୍ ଉପରେ ଲାଗିଥିବା କ୍ୟାମେରାକୁ ନେଇ ସଚେତନ କରିଲେ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକ ମାନେ ଅତି ସହଜରେ ଠକାମିର ଶିକାର ହେଇଯାଉଛନ୍ତି। ଆଝ ପାଇଁ ବାସ କିଛି ସ୍ୱଳ୍ପ ସମୟ ଭିତରେ ତାଙ୍କ ଆକାଉଣ୍ଟ ରୁ ମଧ୍ୟ ଟଙ୍କା ହରିଲୁଟ ହେଇ ଯାଉଛି । ତେବେ ଏହି ସବୁ ଦିଗରୁ ନିଜକୁ ବଞ୍ଚେଇବା ପାଇଁ ଆମ ସରକାର ମଧ୍ୟ ଅନବରତ ପ୍ରୟାସ କରୁଛନ୍ତି । ଏହା ଭିତରେ ଗୃହ ମନ୍ତ୍ରଣାଳୟ ବସନ୍ତ କୁଞ୍ଜର DLF ମଲ୍ ଭିତରେ ଏକ ଆଡିଡାସ୍ ଷ୍ଟୋର୍‌ର ଚିତ୍ର ସେୟାର କରିଛି । ଏହା ସହିତ କ୍ରେତାମାନଙ୍କୁ ମଧ୍ୟ ସାବଧାନ ହେବ ପାଇଁ ସୂଚନା ଦେଇଛି । ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ କାରବାରରେ ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟଚେତାବନୀ ଦେଇଛି। ଏଠି ପାଇଁ ଗୃହ ମନ୍ତ୍ରଣାଳୟ ଏକ ଟ୍ୱିଟ କରିଛି । ଯେଉଁଥିରେ ଦେଖିବାକୁ ମିଳୁଛି କିଭଳି ଏକ POS ମେସିନର ସିଧାସଳଖ ଉପରେ ଏକ କ୍ୟାମେରା ରଖାଯାଇଛି।

ପ୍ରତିଛବିରୁ ଏହା ସୂଚନା ମିଳୁଛି ଯେ କ୍ୟାମେରା ଦ୍ୱାରା ଗ୍ରାହକଙ୍କ ପିନ ଚୋରି ହେବାର ଆଶଙ୍କା ରହିଛି । ଏହା ଗ୍ରାହକଙ୍କ ପିନ ରେକର୍ଡ କରିବାରେ ସକ୍ଷମ ହୋଇପାରେ। ତେବେ ଟ୍ୱଇଟ କରି ଲେଖା ଯାଇଛି ଯେ ତୁମେ କାରବାର କରୁଥିବା ସମୟରେ ନିଜ ପିନ କୁ ସୁରକ୍ଷିତ ରଖ । ATM କିମ୍ବା POS ମେସିନରେ ଆପଣଙ୍କର ପିନ କିମ୍ବା OTP ପ୍ରବେଶ କରିବା ପୂର୍ବରୁ ନିକଟସ୍ଥ କ୍ୟାମେରା ଦେଖନ୍ତୁ। କାରଣ ପିନ ଦ୍ୱାରା ଆପଣଙ୍କ ଆକାଉଣ୍ଟ ରୁ ଜଣେ ଚାହିଁଲେ ଟଙ୍କା ଉଠାଇ ପାରିବ ଆଉ ଠକାମିର ସ୍କାର ଆପଣ ହେବେ ।

କ୍ୟାମେରାଟିକୁ ଦେଖିଲେ ଲାଗୁଚି ଯେପରି ଏହା ଚତୁରତାର ସହିତ ପ୍ରତ୍ୟେକ କାର୍ଡ କାରବାରର ପିନ ରେକର୍ଡ କରିବା ପାଇଁ ରଖାଯାଇଛି, ଯାହା ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ପ୍ରତି ବିପଦ ଅଟେ । ସାଇବରଦୋସ୍ତ ଟ୍ୱିଟ୍ କରି ଲୋକମାନଙ୍କୁ ସେମାନଙ୍କର ଏକ ଟାଇମ୍ ପାସୱାର୍ଡ କିମ୍ବା OTP କୁ ରକ୍ଷା କରିବା ପାଇଁ ସଚେତନ କରିଛି। ଏହା ବ୍ୟତୀତ ଅଟୋମେଟେଡ୍ ଟେଲର୍ ମେସିନ୍ କିମ୍ବା ଏଟିଏମ୍ ବ୍ୟବହାର କରୁଥିବାବେଳେ ଡେବିଟ୍ କାର୍ଡର ସୁରକ୍ଷା ଏବଂ ଏଥିରେ ଥିବା ସବିଶେଷ ତଥ୍ୟ ଉପରେ ପୋଷ୍ଟ ଚେତାବନୀ ଦେଇଛି।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜାଲିଆତି ହୋଇଥିବା କ୍ରେଡିଟ ଏବଂ ଡେବିଟ୍ କାର୍ଡ କାରବାର ବୃଦ୍ଧି ପାଇଥିବାବେଳେ ଏଟିଏମ୍ ସମ୍ବନ୍ଧୀୟ ଜାଲିଆତି ହ୍ରାସ ପାଇଛି।ପୂର୍ବ ବର୍ଷ ତୁଳନାରେ ଠକେଇ ଏବଂ ଜାଲିଆତି ମାମଲା ସଂଖ୍ୟା ୧୬ପ୍ରତିଶତ ବୃଦ୍ଧି ପାଇଛି । ମୋଟାମୋଟି ଭାବେ, ୨୦୨୧ ମସିହାରେ ସାଇବର ଅପରାଧର ୫୨,୯୭୪ ମାମଲା ରିପୋର୍ଟ ହୋଇଥିଲା, ଯାହା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ର ସର୍ବଶେଷ ଉପଲବ୍ଧ ତଥ୍ୟରୁ ସୂଚନା ମିଳିଛି।

Get real time updates directly on you device, subscribe now.