fbpx

କୋଟିଆ ରେ ଆନ୍ଧ୍ର ର ନିର୍ବାଚନ ବିରୋଧ ରେ ରାସ୍ତାରୋକ

କୋଟିଆ , ୧୩/୨ (ଓଡିଶା ଭାସ୍କର):  ବହୁ ବିବାଦ ମଧ୍ୟରେ କୋଟିଆର ଫାଟୁସିନେରିରେ ପଞ୍ଚାୟତ ନିର୍ବାଚନ କରିଛି ଆନ୍ଧ୍ର । ଏହି ନିର୍ବାଚନ ରେ ୬୦% ମତଦାନ ହୋଇଥିବା ସୂଚନା ମିଳିଛି । ଜୟପୁର କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ କରିଛନ୍ତି ବିରୋଧୀ । କୁନ୍ଦୁଲି ନିକଟ ଏନଏଚ ୨୬କୁ ଅବରୋଧ କରିଛନ୍ତି ସ୍ଥାନୀୟ ନେତା ଓ ଜନତା । ପ୍ରଦୀପ ମାଝୀ, ଜୟରାମ ପାଙ୍ଗୀଙ୍କ ସମେତ କର୍ମୀମାନେ ଏହି ନିର୍ବାଚନ କୁ ବିରୋଧ କରି ବିକ୍ଷୋଭ କରିଛନ୍ତି ।କୁନ୍ଦୁଲିରେ NH ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜୟରାମ ପାଙ୍ଗିଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଘେରିଛନ୍ତି ବିଜେପି କର୍ମୀ।

Get real time updates directly on you device, subscribe now.