fbpx

ହିଜାବକୁ ନେଇ ମାଙ୍ଗାଲୋର ୟୁନିଭର୍ସିଟିରେ ଉତ୍ତେଜନା

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ନେଉନାହିଁ । ମାଙ୍ଗାଲୋର ୟୁନିଭର୍ସିଟିରେ ଗୁରୁବାର ହିଜାବକୁ ନେଇ ଦିନସାରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା । ଅନେକ ଛାତ୍ର ଏହା କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ୪୪ ମୁସଲିମ୍ ଛାତ୍ରୀ ୟୁନିଭର୍ସିଟିରେ ହିଜାବ ପିନ୍ଧି କ୍ଲାସ କରୁଛନ୍ତି ।

ଆଉ ବିକ୍ଷୋଭ ପରେ ଉତ୍ତେଜନା ବଢ଼ିବା କାରଣରୁ ବିଶ୍ୱବିଦ୍ୟାଳୟ ତରଫରୁ ନୂଆ ଆଦେଶ ଜାରି କରାଯାଇଛି । ନୂଆ ଆଦେଶ ଅନୂଯାୟୀ ଛାତ୍ରୀଙ୍କୁ କ୍ଲାସ କରିବା ପାଇଁ ସେମାନଙ୍କ ହିଜାବ କାଢ଼ିବାକୁ ପଡ଼ିବ । ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଛାତ୍ରୀ ମହିଳା ରେଷ୍ଟରୁମରେ ଯାଇ ହିଜାବ କାଢ଼ିପାରିବେ । ନିର୍ଦ୍ଦେଶରେ କୁହାଯାଇଛି ଯେ କ୍ଲାସରୁମରେ ୟୁନିଫର୍ମ ବ୍ୟତୀତ କିଛି ପିନ୍ଧିପାରିବେ ନାହିଁ । ଯଦି କେହି ନିୟମ ଉଲ୍ଲଘଂନ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କର୍ଣ୍ଣାଟକ ହାଇକୋର୍ଟ ୧୫ ମାର୍ଚ୍ଚ ୨୦୨୨ ରେ ହିଜାବ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ । ହାଇକୋର୍ଟ ସ୍କୁଲ କଲେଜରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି ହୋଇଥିବା ଯାଚିକାକୁ ଖାରଜ କରିଥିଲେ । କୋର୍ଟ ନିଷ୍ପତ୍ତିରେ କହିଥିଲେ ଯେ ହିଜାବ ପିନ୍ଧିବା ଇସଲାମ ଧର୍ମ ଅନୂଯାୟୀ ହିଜାବ ପିନ୍ଧିବା ବାଧ୍ୟ ନୁହେଁ ।

Get real time updates directly on you device, subscribe now.