fbpx

PUBG New State: ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୟୁଜର କଲେ ଡାଉନଲୋଡ୍

ନୂଆଦିଲ୍ଲୀ: PUBG New State ଲଞ୍ଚ ହେବାର ଗୋଟିଏ ଦିନ ବି ହୋଇନାହିଁ । କିନ୍ତୁ ଏହାର ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ, ଗୁଗୁଲ ପ୍ଲେ ଷ୍ଟୋରରେ ପବଜି ନ୍ୟୁ ଷ୍ଟେଟ୍ କୁ ୧୦ ମିଲିୟନ୍ ଜଣ ଡାଉନଲୋଡ୍ କରିସାରିଲେଣି । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି ଯେ, କିଛି ୟୁଜର୍ ଏହାକୁ ଡାଉନଲୋଡ୍ କରିବାପରେ ଲଗ୍ ଇନ୍ ସମସ୍ୟା ଦେଖାଦେଉଛି ଓ ଅନ୍ୟ କିଛି ଜଣଙ୍କର ଗେମ୍ ବୁଟିଂ ସମସ୍ୟା ଦେଖାଦେଉଛି ।

ଗେମ୍ ଡେଭଲପର୍ କ୍ରାଫ୍ଟନ୍ କହିଛନ୍ତି ଏହି ମାମଲାକୁ ତଦାରଖ କରାଯାଉଛି । ଏହାସହିତ ଆଣ୍ଡ୍ରଏଡ୍ ରେ ଏକ ଅପସନାଲ୍ ଅପଡେଟ୍ ରହିଛି, ଯାହାଦ୍ୱାରା ଗେମ୍ କ୍ରାସ୍, ବୁଟିଂ ଇସୁ ଆଦି ଭଳି କିଛି ମାମଲା ଉପରେ ଧ୍ୟାନ ଦିଆଯିବ । ତେବେ ଏହି ଗେମ୍ ଟି ଲଞ୍ଚ ହେବା ପୂର୍ବରୁ ଗୁଗୁଲ ପ୍ଲେ ଷ୍ଟୋରରେ ଓ ଆପଲ୍ ଷ୍ଟୋରରେ ୪୦ ମିଲିୟନ୍ ଅଧିକ ପ୍ରି-ରେଜିଷ୍ଟ୍ରେସନ୍ ହୋଇଥିଲା ।

ଆପଣ ନିଜର ଆଣ୍ଡ୍ରଏଡ୍ ଡିଭାଇସ୍ ରେ ଗୁଗୁଲ ପ୍ଲେ ଷ୍ଟୋର୍ କୁ ଯାଇ ପବଜି ନ୍ୟୁ ଷ୍ଟେଟ୍ ଖେଳିପାରିବେ । ଏହି ଗେମ୍ କୁ ଖେଳିବା ପାଇଁ ୟୁଜରଙ୍କ ଫୋନ୍ ରେ ୨ଜିବି ରାମ୍ ଓ ଆଣ୍ଡ୍ରଏଡ୍ ୬.୦ କିମ୍ବା ତାର ଅପଗ୍ରେଡ୍ ଓଏଏସ୍ ଯୁକ୍ତ ଫୋନ୍ ଥିବା ଆବଶ୍ୟକ । ଏହି ଗେମ୍ ର ଆଣ୍ଡ୍ରଏଡ୍ ଭାରିଆଣ୍ଟ ୧.୪ ଜିବି ହୋଇଥିବା ବେଳେ ଆଇଓଏସ୍ ଭାରିଆଣ୍ଟରେ ୧.୫ ଜିବି ରହିଛି ।

 

Get real time updates directly on you device, subscribe now.