fbpx

ଢିଙ୍କିଆରେ ପୁଣି ଉତ୍ତେଜନା, ମାଡ଼ ସହ ଠେଲାପେଲା ହେଲେ ୨ ଗୋଷ୍ଠୀ

ପାରାଦୀପ(ଓଡ଼ିଶା ଭାସ୍କର): ଢିଙ୍କିଆରେ ମାଡ଼ ଓ ଠେଲାପେଲା ସହ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ହୋଇଥିବା ଜଣାପଡିଛି । କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା ହୋଇଥିବା ସୂଚନା ମିଳିଛି । ୫ ଜଣିଆ ଟିମକୁ ଭେଟିବାକୁ ଚାହିଁଥିଲେ କିଛି ସ୍ଥାନୀୟ ଲୋକେ । ଏହାକୁ ନେଇ ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କମିଟିକୁ ଭେଟିବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼ ମରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.