fbpx

(Video) ଚାହୁଁଚାହୁଁ ରାସ୍ତାରେ ପୋତି ହୋଇଗଲା ଟ୍ରକ, ଦେଖନ୍ତୁ ଛାତିଥରା ଦୃଶ୍ୟ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୁନେରୁ ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ଏହାକୁ ଦେଖିଲେ କିଏ ମଧ୍ୟ ଡରିଯିବ । ଦେଖିଦେଖୁ ପୋତି ହୋଇଗଲା ଟ୍ରକ । କେହି କିଛି ବୁଝିବା ଆଗରୁ ଅଘଟଣ ଘଟିଗଲା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଭିଡିଓ ନଦେଖିଲେ ଏହାକୁ କେହି ମଧ୍ୟ ବିଶ୍ବାସ କରିପାରିବେ ନାହିଁ । ହଠାତ୍ ରାସ୍ତା ଦବିବା ସହିତ ଟ୍ରକଟି ସମ୍ପୁର୍ଣ୍ଣ ଭାବେ ପୋତି ହୋଇଯାଇଥିବା ଦେଖାଯାଇଛି । କିନ୍ତୁ ଏତେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଚାଳକ । ମହାରାଷ୍ଟ୍ରର ପୁନେରେ ଗତକାଲି ଅର୍ଥାତ ଶୁକ୍ରବାର ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନା ଅନୁସାରେ, ସିଟି ପୋଷ୍ଟ ଅଫିସ ପରିସରରେ ଏକ ସିଙ୍କହୋଲ ଖୋଲି ଯାଇଥିଲା । ଫଳରେ ସେହି ରାସ୍ତା ଦେଇ ଯାଉଥିବା ସଫେଇ ଟ୍ରକର ପ୍ରଥମେ ପଛଭାଗ ଗାତକୁ ଖସି ପଡିଥିବା ବେଳେ ଚାହୁଁଚାହୁଁ ସମ୍ପୁର୍ଣ୍ଣ ପୋତି ହୋଇଯାଇଥିଲା । ଶୁକ୍ରବାର ସନ୍ଧ୍ୟା 4ଟା ସମୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏନେଇ ଜଣେ ଅଗ୍ନିଶମ ବାହୀନିର ଅଧିକାରୀ କହିଛନ୍ତି, ଡ୍ରେନ ସଫା କରିବା ପାଇଁ ବ୍ୟବହୃତ ହେଉଥିବା ଟ୍ରକ ଦୁର୍ଘଟଣା ଘଟିଥିଲା । କିନ୍ତୁ ଡ୍ରାଇଭର ଜଣକ ସୁରକ୍ଷିତ ରହିଛନ୍ତି । ଡ୍ରେନ ସଫା କରିବା ପାଇଁ ଟ୍ରକ ଡକାଯାଇଥିବା ବେଳେ ହଠାତ୍ ମାଟିରେ ଧସେଇ ହୋଇଯାଇଥିଲା । ସୂଚନା ଅନୁସାରେ ଟ୍ରକ ସହିତ ଅନେକ ଯାନ ଏହି ଗର୍ତ୍ତକୁ ଖସି ଯାଇଥିଲେ ।

Get real time updates directly on you device, subscribe now.