ଭଉଣୀର ଇଜ୍ଜତ ଲୁଟିଲା ଧରମ ଭାଇ, ବସ ଭିତରେ କଲା ଏମିତି କାଣ୍ଡ
ଅଭିଯୁକ୍ତ ଜଣେ ପେଶାଦାର ଅପରାଧୀ । ଯୁବତୀଙ୍କୁ ଭଉଣୀ କହି ଲୁଟଇନେଲା ଇଜ୍ଜତ ।
ପୁଣେ: ମହାରାଷ୍ଟ୍ର ପୁଣେରେ ବ୍ୟସ୍ତବହଚଳ ସ୍ୱରଗେଟ୍ ବସଷ୍ଟାଣ୍ଡରେ ଏକ ଅଚଳ ବସ ଭିତରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯାଇଛି ।
ଅଭିଯୋଗ ପରେ ସ୍ଥାନୀୟ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାଁ ଦତ୍ତାତ୍ରେୟ ରାମଦାସ ଗଡେ ।
ଭଉଣୀ କହି ଡାକିନେଲା: ସେ ଜଣେ ପେଷାଦାର ଅପରାଧୀ । ପୋଲିସ ସୂଚନା ମୁତାବକ ମଙ୍ଗଳବାର ଭୋର ୫ଟା ୪୫ ମିନିଟରେ ମହିଳାଜଣକ ସତାରା ଜିଲ୍ଲାର ଫଲଟନ ଯିବାକୁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ ।
ଠିକ୍ ଏତିକିବେଳେ ଅଭିଯୁକ୍ତ ଯୁବତୀଙ୍କ ପାଖରେ ପହଞ୍ଚି ଦିଦି ବୋଲି ସମ୍ବୋଧନ କଲା । ବସଷ୍ଟାଣ୍ଡରେ ଅଜଣା ଯୁବତୀଙ୍କୁ ଭଉଣୀ କରିବା ପରେ ତାଙ୍କୁ ଫୁସୁଲେଇ ବସଷ୍ଟାଣ୍ଡର ନିଛାଟିଆ ଜାଗାକୁ ନେଇଗଲା ।
ପେଷାଦାର ଅପରାଧୀ : ସେଠାରେ ରଖାଯାଇଥିବା ଏକ ନିଛାଟିଆ ବସକୁ ଭଉଣୀକୁ ନେଇ ସେଠାରେ ତାଙ୍କୁ ବଳାତ୍କାର କରିଥିଲା ଅଭିଯୁକ୍ତ । ଏହାପରେ ତୁରନ୍ତ ସେଠାରୁ ଫେରାର୍ ହୋଇଯାଇଥିଲା । ପୀଡ଼ିତା ଏ ନେଇ ସ୍ଥାନୀୟ ପୋଲିସ ଷ୍ଟେଶନରେ ଅଭିଯୋଗ କଲେ ।
ସୂଚନା ମୁତାବକ ଅଭିଯୁକ୍ତ ଦତ୍ତାତ୍ରେୟକୁ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡ଼ିଛି । ୨୦୧୯ରୁ ସେ ବେଲରେ ବାହାରକୁ ବାହାରିଥିଲା ।