fbpx

ଆସନ୍ତାକାଲି ପ୍ରକାଶ ପାଇବ ପଞ୍ଜାବ ବୋର୍ଡ଼ ୧୦ମ ରେଜଲ୍ଟ ! ଏହି ୱେବସାଇଟରେ ଚେକ୍ କରିପାରିବେ ମାର୍କ ସିଟ୍

ନୂଆଦିଲ୍ଲୀ: ପଞ୍ଜାବ ବୋର୍ଡ଼ ରେଜଲ୍ଟ ୨୦୨୪ ପାଇଁ ଅପେକ୍ଷାରତ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ୧୮କୁ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ଼(PSEB) ପକ୍ଷରୁ କୌଣସି ଅଧିକାରିକ ସୂଚନା ଦିଆଯାଇନାହିଁ । ଚଳିତ ବର୍ଷ ଫେବୃଆରୀ ୧୩ରୁ ମାର୍ଚ୍ଚ ୬ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବୋର୍ଡ଼ ଦଶମ ପରୀକ୍ଷାରେ ୨ ଲକ୍ଷ ୯୭ ହଜାର ୪୮ ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ । ଅପରପକ୍ଷରେ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ରେଜଲ୍ଟକୁ ନେଇ ଚଝଋଈ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

ସୂତ୍ରରୁ ପ୍ରକାଶ ପଞ୍ଜାବ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ PSEB ପକ୍ଷରୁ ଅଧିକାରିକ ସୂଚନା ଦିଆଯିବ । ପଞ୍ଜାବ ବୋର୍ଡ଼ ରେଜଲ୍ଟ ବିଷୟରେ ଅଧିକ ବିବରଣୀ ପାଇଁ PSEBର ଅଫିସିଆଲ ୱେବସାଇଟ୍ pseb.ac.inରେ ଅପଡେଟ୍ ଚେକ୍ କରିପାରିବେ । ତେବେ ଏକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ବୋର୍ଡ଼ ରେଜଲ୍ଟ ପ୍ରକାଶ କରାଯିବ ।

କିପରି ଚେକ୍ କରିବେ ପଞ୍ଜାବ ୧୦ମ ବୋର୍ଡ଼ ରେଜଲ୍ଟ ?

୧. ପ୍ରଥମେ PSEBର ଅଫିସିଆଲ ୱେବସାଇଟ୍ pseb.ac.inକୁ ଯାଆନ୍ତୁ

୨. ଏହା ପରେ ୱେବସାଇଟର ହୋମ୍ ପେଜରେ ୧୦ମ ରେଜଲ୍ଟ ଲିଙ୍କ ଉପରେ କ୍ଲିକ୍ କରନ୍ତୁ

୩. ସେଠାରେ ଦିଆଯାଇଥିବା ସମସ୍ତ ବିବରଣୀକୁ ପୂରଣ କରିବା ପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ

୪. ଆପଣଙ୍କ ସ୍କ୍ରିନରେ ବୋର୍ଡ଼ ରେଜଲ୍ଟ ଡିସପ୍ଲେ ହେବ

୫. ଏହା ପରେ ରେଜଲ୍ଟକୁ ଭଲ ଭାବରେ ଯାଞ୍ଚ କରି ଭବିଷ୍ୟତ ପାଇଁ ଏକ ରେଫରେନ୍ସ କପି ପ୍ରିଣ୍ଟ ଆଉଟ୍ କରିପାରିବେ

Get real time updates directly on you device, subscribe now.