fbpx

ଲିଭ-ଇନ ସଂପର୍କରେ ବିବାହିତ ପୁରୁଷ ସହ ରହୁଥିଲେ ମହିଳା, ହାଇକୋର୍ଟ ଦେଲେ ଏହି ବଡ଼ ରାୟ

ଚଣ୍ଡିଗଡ଼: ଲିଭ-ଇନ ରିଲେସନସିପରେ ରହୁଥିବା ବୈବାହିକ ଲୋକଙ୍କ ପାଇଁ ପଞ୍ଜାବ ଆଣ୍ଡ ହରିୟାଣା ହାଇକୋର୍ଟ ଉପଦେଶ ଦେଇଛନ୍ତି । ହାଇକୋର୍ଟ ଲିଭ-ଇନ ରିଲେସନରେ ରହୁଥିବା ବୈବାହିକ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଏପରି କାମ କରୁଥିବା ଲୋକଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦ୍ୱିବିବାହିତ ପ୍ରଥାକୁ ପ୍ରୋତ୍ସାହିତ କରିବା ସମାନ । ଯେଉଁମାନେ ଘର ଛାଡି ବିବାହ କରୁଛନ୍ତି ସେମାନଙ୍କୁ କୋର୍ଟ କହିଛନ୍ତି ଯେ, ସେମାନେ ନିଜ ପରିବାରକୁ ବଦନାମ କରୁନାହାନ୍ତି ବରଂ ନିଜ ମାଆ-ବାପାଙ୍କ ସମ୍ମାନ ଏବଂ ଗର୍ବର ସହ ବଞ୍ଚିବାର ଅଧିକାରର ମଧ୍ୟ ଉଲ୍ଲଂଘନ କରୁଛନ୍ତି ।

ପଞ୍ଜାବ ଆଣ୍ଡ ହରିୟାଣା ହାଇକୋର୍ଟ ଶୁକ୍ରବାର ଦିନ ଏକ ପିଟିସନରେ ଶୁଣାଣି କରିଥିଲେ । ପିଟିସନ ଏକ ୪୦ ବର୍ଷୀୟ ମହିଳା ଏବଂ ୪୪ ବର୍ଷୀୟ ପୁରୁଷ ଅପିଲ କରିଥିଲେ । ଏମାନେ କୋର୍ଟଙ୍କୁ ନିଜର ସୁରକ୍ଷା ପାଇଁ ଅପିଲ କରିଥିଲେ । ଦୁଇଜଣ ଲିଭ-ଇନ ସଂପର୍କରେ ରହୁଛନ୍ତି ହେଲେ ପରିବାର ଲୋକେ ଲଗାତାର ଜୀବନ-ସଂପତ୍ତିର ଧମକ ଦେଉଛନ୍ତି ।

ପିଟିସନରେ ଲେଖାଯାଇଛି ଯେ, ପୁରୁଷ ଜଣକ ବିବାହିତ ଏବଂ ତାଙ୍କର ଦୁଇଟି ଶିଶୁ ଅଛନ୍ତି । ଯେଉଁଥିରେ ମହିଳା ନିଜ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇସାରିଛନ୍ତି । ପୁରୁଷ ଜଣକ ଛାଡପତ୍ର ନ ନେଇଥିବା ସୂଚନା ମିଳିବା ପରେ ତାଙ୍କୁ କଡା ଭର୍ତ୍ସନା କରାଯାଇଛି । କୋର୍ଟ କହିଛନ୍ତି ଯେ, ଲିଭ-ଇନ ରିଲେସନରେ ରହୁଥିବା ବ୍ୟକ୍ତି ନିଜ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇନାହାନ୍ତି ଏବଂ ତାଙ୍କର ଦୁଇଟି ଶିଶୁ ଅଛନ୍ତି । ଆବେଦନକାରୀଙ୍କୁ ଜଣାଥିଲା ଯେ, ସେ ପ୍ରଥମରୁ ବିବାହିତ ଏବଂ ଲିଭ-ଇନ ରିଲେସନସିପରେ ରହିପାରିବେନି ।

କୋର୍ଟ କହିଛନ୍ତି ଯେ, ଆବେଦନକାରୀଙ୍କ ମଧ୍ୟରେ ଯଦି ଲିଭ-ଇନ-ରିଲେସନସିପର ପ୍ରକୃତି ବିବାହ ଭଳି ଅଛି ତେବେ ବେଞ୍ଚ ଏଥିରେ କୌଣସି ସାହାଯ୍ୟ କରିପାରିବେନି । ଯଦି କୋର୍ଟ ସେମାନଙ୍କୁ ସୁରକ୍ଷା ଦେବେ ତେବେ ପୂର୍ବରୁ ଥିବା ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ପ୍ରତି ଅନ୍ୟାୟ ହେବ ।

Get real time updates directly on you device, subscribe now.