fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ସଙ୍ଗୀନ ଅଭିଯୋଗ, ପଠାନକୋଟ ହମଲା ପରେ ସେନା ପଠାଇବା ପାଇଁ ସରକାର ମାଗିଥିଲେ ୭.୫ କୋଟି

ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପରେ ସଙ୍ଗୀନ ଆରୋପ ଲଗାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ସିଂହ ମାନ। ସେ କହିଛନ୍ତି ପଠାନକୋଟ ଆକ୍ରମଣ ସମୟରେ ସେନା ପଠାଇବା ବଦଳରେ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କଠୁ ୭.୫ କୋଟି ଟଙ୍କା ମାଗିଥିଲେ। ପଞ୍ଜାବ ବିଧାନସଭାରେ ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମାନ।

ସେ କହିଛନ୍ତି, ମୁଁ ଏବଂ ଆମ୍ ଆଦମୀ ପାର୍ଟିର ନେତା ସାଧୁ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଯାଇଥିଲୁ। ଆମକୁ ମିଳୁଥିବା ସଂସଦୀୟ ଆଞ୍ଚଳିକ ବିକାଶ ଯୋଜନା(MPLAD) ଫଣ୍ଡରୁ ଟଙ୍କା କାଟି ନିଅନ୍ତୁ ବୋଲି ଆମେ ରାଜନାଥ ସିଂହଙ୍କୁ କହିଥିଲୁ। ତାରି ବଦଳରେ ଆମକୁ ଲେଖିକି ଦିଅନ୍ତୁ ଯେ, ପଞ୍ଜାବ ଭାରତର ଅଂଶ ନୁହେଁ ଏବଂ ଆମେ ସେନାକୁକ ଭଡାରେ ନେଉଛୁ।

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ କହିଛନ୍ତି, ପଠାନକୋଟ ଏୟାରବେସ ଉପରେ ଆକ୍ରମଣ ପରେ ସେନା ପହଞ୍ଚିଲେ। କିନ୍ତୁ ସରକାରଙ୍କ ତରଫରୁ ପ୍ରଥମେ ଚିଠି ଆସିଥିଲା ଯେ, ପଞ୍ଜାବକୁ ସେନା ପଠାଇବାକୁ ହେଲେ ପ୍ରଥମେ ୭.୫ କୋଟି ଟଙ୍କା ଦେବାକୁ ପଡିବ।

ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ସକାଳ ପାକିସ୍ତାନରୁ ଆସିଥିବା ୪ ଆତଙ୍କବାଦୀ ପଠାନକୋଟ ଏୟାରବେସ୍ ଉପରେ ଆକ୍ରମଣ କରିଥିଲେ। ଏହି ଆତ୍ମଘାତୀ ଆକ୍ରମଣରେ ସେନାର ସାତ ଯବାନ ସହିଦ ହୋଇଥିଲେ। ପ୍ରାୟ ୮୦ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ସେନା ଚାରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

Get real time updates directly on you device, subscribe now.