fbpx

କୃଷକଙ୍କୁ ସମର୍ଥନ କରି ପଂଜାବ ପୋଲିସ ଡିଆଇଜି ଙ୍କ ଇସ୍ତଫା

Advertisement

ପଞ୍ଜାବ ,୧୩ା୧୨ (ଓଡିଶା ଭାସ୍କର) ରାଜଧାନୀ ଦିଲ୍ଲୀ ରେ ହେଉଥିବା କୃଷକ ମାନଙ୍କ ଆନ୍ଦୋଳନ କମିବାର ନାମ ନେଉନାହିଁ କୃଷକଙ୍କୁ ସମର୍ଥନ ଜଣାଇ ବହୁ ବରିଷ୍ଠ ରାଜନେତା, ଖେଳାଳୀ ଓ ବୈଜ୍ଞାନିକ ମାନେ ସରକାରଙ୍କ ଦ୍ୱାରା ପ୍ରଦତ ପୁରସ୍କାର ଫେରାଉଥିବା ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ପଂଜାବ ର ଜଣେ ଡିଆଇଜି କୃଷକ ମାନଙ୍କ ସମର୍ଥନ ରେ ଆସି ନିଜ ପଦବୀ ରୁ ଇସ୍ତଫା ଦେଇଛନ୍ତି । ପଞ୍ଜାବର ଜେଲ ଡିଆଇଜି ଲଖବିନ୍ଦର ସିଂ ଜାଖର କୃଷକ ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି ।ସେ ଇସ୍ତଫା ପତ୍ରରେ ଲେଖିଛନ୍ତି କି ସରକାର କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ କୃଷକ ବିରୋଧୀ କୃଷି କାନୁନ୍ ଫେରସ୍ତ ନିଅନ୍ତୁ ।

Get real time updates directly on you device, subscribe now.