କେନ୍ଦ୍ରର ଭାରତମାଳା ପ୍ରକଳ୍ପ ପାଇଁ କୃଷକଙ୍କ ଘର ସହ ଘଟିଲା ଏମିତି

ପଞ୍ଜାବ: ଜଣେ କୃଷକ ଏକ୍ସପ୍ରେସ ପାଇଁ ନିଜ ଜମି ଦେବାକୁ ତାଙ୍କ ଘରକୁ ୫୦୦ ଫୁଟ ଦୂରକୁ ଘୁଞ୍ଚାଇବାକୁ ପଡିଥିଲା ।
ସାଙ୍ଗରୁର ରୋଶନୱାଲା ଗ୍ରାମରେ ସୁଖିନ୍ଦର ସିଂ ସୁଖିଙ୍କ ତାଙ୍କର ସ୍ୱପ୍ନର ଘର ନିର୍ମାଣ କରିଥିଲେ । ତେବେ ସୁଖିନ୍ଦରଙ୍କର ଘର ଦିଲ୍ଲୀ-ଅମୃତସର-କାଟ୍ରା ଏକ୍ସପ୍ରେସ ୱେରେ ଯାତାୟତ କରୁଥିବା ଲୋକମାନଙ୍କ ଯାତ୍ରା ସମୟରେ ହ୍ରାସ କରିବା ପାଇଁ କେନ୍ଦ୍ରର ଭାରତମାଳା ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ଅଧିକାରୀ ମାନେ ସୂଚନା ଦେଇଥିଲେ ।

ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଏହି ଏକ୍ସପ୍ରେସ ହରିୟାଣା,ପଞ୍ଜାବ ଆଉ ଜମ୍ମୁ କଶ୍ମୀର ଦେଇ ଯାତାୟତ କରିବ ।
ତେବେ ଏଥିପାଇଁ ସୁଖିନ୍ଦରଙ୍କୁ ପଞ୍ଜାବ କ୍ଷତିପୂରଣ ପାଇଁ ପ୍ରସ୍ତାବ ଦେଇଥିଲେ । ପରେ କୃଷକଙ୍କ ଏହି ଘରକୁ ଭାଙ୍ଗିବା ପରିବର୍ତ୍ତେ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥଲା । ଯାହା ଫଳରେ ସୁଖିନ୍ଦରଙ୍କର ଘରକୁ ୫୦୦ ମିଟର ଦୁରକୁ ସ୍ଥାନାନ୍ତର କରାଯାଇଛି ।
ଏହାକୁ ନିର୍ମାଣ କରିବା ପାଇଁ ମତେ ୨ବର୍ଷ ଲାଗିଥିବା ବେଳେ ଏଥିରେ ୧କୋଟି ୫ଲକ୍ଷ ଖର୍ଚ୍ଚ ହୋଇଛି । ଏହା ମୋର ସ୍ୱପ୍ନର ଘର । ତେଣୁ ଏହାକୁ ଭାଙ୍ଗିବା କଥା ମୁଁ ଭାବି ପାରିଲି ନାହିଁ । ମୁଁ ଏଥିପାଇଁ ଆଉ ଗୋଟିଏ ଘର ନିର୍ମାଣ କରିବା କଥା କେବେ ଭାବି ବି ପାରିଲି ନାହିଁ ବୋଲି ସୁଖିନ୍ଦରଙ୍କ ପ୍ରକାଶ କରିଛନ୍ତି । ତେବେ ସେଥିଲାଗି ପଞ୍ଜାବ ସରକାର ଏହାକୁ ସ୍ଥାନାନ୍ତର କରିବାରେ ନିଷ୍ପତ୍ତି ନେଲେ ।