fbpx

ପଞ୍ଜାବ ରାଜନୀତି: ସିଦ୍ଧୁଙ୍କ ପାଇଁ ସହଜ ହେବନି କଂଗ୍ରେସ ଅଧ୍ୟକ୍ଷ ପଦ ପାଇବା, କ୍ୟାପଟେନଙ୍କ ଦ୍ୱାରା ଗଠନ ହେଲା ଟିମ୍

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସରେ ଚାଲିଥିବା ଆପୋସ ମତଭେଦ ଥମିନାହିଁ । ରାଜ୍ୟ କଂଗ୍ରେସର ଚାବିକାଠିକୁ ନବଜୋତ୍ ସିଂ ସିଦ୍ଧୁଙ୍କ ହାତରେ ଧରାଇବାକୁ ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର୍ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ରାଜନୀତିର ସମୀକରଣ ବଦଳୁଥିବା ଦେଖିବାକୁ ମିଳୁଛି । ତେଣୁ ଏହି ପରିବର୍ତ୍ତନଶୀଳ ରାଜନୀତି ମଧ୍ୟରେ ସିନ୍ଧୁ ପଞ୍ଜାବ କଂଗ୍ରେସ ମଙ୍ଗ ଧରିବା ଏବେ ଆହୁରି ଜଟିଳ ହେଉଥିବା ଦେଖିବାକୁ ମିଳୁଛି ।

ତେବେ ସିଏମ୍ କ୍ୟାପଟେନ୍ ଅମରିନ୍ଦର୍ ସିଂ, ସିନ୍ଧୁଙ୍କୁ କଂଗ୍ରେସ ଅଧ୍ୟକ୍ଷ ବନାଇବା ସପକ୍ଷରେ ଆଦୌ ନାହାନ୍ତି । ଏହା ମଧ୍ୟରେ କଂଗ୍ରେସ ସାଂସଦ ମାନଙ୍କ ମଧ୍ୟରେ ବସିଥିବା ବୈଠକ କୁ ନେଇ ପାର୍ଟିକୁ ନେଇ ସାଂସଦ ପ୍ରତାପ ସିଂ କହିଛନ୍ତି ଯେ, ପଞ୍ଜାବରେ ଦେଖାଦେଇଥିବା ଚାଷୀ ଅସନ୍ତୋଷକୁ ନେଇ ଏବଂ କଂଗ୍ରେସ ସମ୍ବନ୍ଧରେ କିଛି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ବୈଠକ ସାଂସଦ ପ୍ରତାପଙ୍କ ଘରେ ହୋଇଥିଲା ।

କଂଗ୍ରେସର ରାଷ୍ଟ୍ରୀୟ ସଭାପତି ସୋନିଆ ଗାନ୍ଧୀଙ୍କ ଦ୍ୱାରା ମନୋନୀତ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ ବୈଠକରେ ସିଦ୍ଧୁଙ୍କ ପ୍ରସଙ୍ଗ ଉଠିପାରେ । ଏହି ବୈଠକରେ ମନୀଷ ତିୱାରୀ, ରବନୀତ ସିଂ ବିଟୁ ଏବଂ ପଞ୍ଜାବର ଅମ୍ବିକା ସୋନିଙ୍କୁ ଡକାଯାଇଛି। ସେମାନେ ସିଦ୍ଧୁ ପ୍ରସଙ୍ଗ ଉଠାଇ ପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.