fbpx

BSNL ସିମ୍ କିଣୁଛନ୍ତି କି ? ନେଟୱାର୍କ କଭରେଜକୁ ନେଇ ଚିନ୍ତିତ… ଜାଣନ୍ତୁ କିପରି କରିବେ ଯାଞ୍ଚ୍

ନୂଆଦିଲ୍ଲୀ: ନିକଟରେ ଜିଓ, ଏୟାରଟେଲ ଏବଂ Vi ଭଳି ଘରୋଇ ଟେଲିକମ୍ ସର୍ଭିସ ପ୍ରୋଭାଇଡର ନିଜ ରିଚାର୍ଜ ପ୍ଲାନରେ ବୃଦ୍ଧି କରିଥିଲେ । ଫଳରେ ୟୁଜର୍ସଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ପରେ ୟୁଜର୍ସ ସରକାରୀ ଟେଲିକମ୍ ସର୍ଭିସ ପ୍ରୋଭଇଡର ଈଝଘଖ ମୁହାଁ ହେଲେ । BSNL ଏହାର ୟୁଜର୍ସଙ୍କୁ ଅନେକ ଶସ୍ତା ପ୍ଲାନ୍ ସହ ନୂତନ ଅଫର ମାଧ୍ୟମରେ ବାନ୍ଧି ରଖିବାକୁ ଚେଷ୍ଟା କରିଛି । ଉତ୍ତମ ନେଟୱାର୍କ ଉପଲବ୍ଧତା ଏବଂ ହାଇ ସ୍ପିଡ୍ ଡାଟା ପାଇଁ ୪ଏ ନେଟୱାର୍କର ବିସ୍ତାର କରିବାରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଅପଣ ଯଦି BSNLକୁ ସ୍ୱିଚ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏହା ପୂର୍ବରୁ କିଛି ଜାଣି ରଖନ୍ତୁ ଆପଣଙ୍କ ସହରରେ BSNL ନେଟୱାର୍କ ଉପଲବ୍ଧ ଅଛି ନା ନାହିଁ ?

ଦିଲ୍ଲୀ- NCRରେ BSNL ନେଟୱାର୍କ କଭରେଜ

ଆପଣ ଦିଲ୍ଲୀ ବା NCR ନିବାସୀ ଏବଂ BSNLକୁ ସ୍ୱିଚ୍ କରିବା ପାଇଁ ଚାହୁଁଥିଲେ ସହଜରେ ସହରର ବିଭିନ୍ନ ଅଞ୍ଚଳରେ BSNL ନେଟୱାର୍କ କଭରେଜ ଯାଞ୍ଚ୍ କରିପାରିବେ । ଦିଲ୍ଲୀରେ ନେଟୱାର୍କ ଯାଞ୍ଚ୍ କରିବା ପାଇଁ ଆପଣଙ୍କ ସ୍ମାର୍ଟ ଫୋନରେ କ୍ଟକ୍ଟ୍ରରଦ୍ଭଗ୍ଦସଶଦ୍ଭବକ୍ଷ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ । ଏହି ଆପ୍ଲିକେସନ୍ ଦ୍ୱାରା ଆପଣ ଦିଲ୍ଲୀରେ BSNLର 2G, 3G, 4G ଏବଂ 5G ନେଟୱାର୍କ କଭରେଜ ବିଷୟରେ ଜାଣିପାରିବେ ।

– ପ୍ରଥରେ ସ୍ମାର୍ଟଫୋନରେ opensignal ଆପ୍ ଡାଉନଲୋଡ୍ କରିବା ସହ ଇନଷ୍ଟଲ କରନ୍ତୁ ।

– ଆପ୍ ହୋମସ୍କ୍ରିନରେ BSNL signal strength(2G, 3G, 4G  ଏବଂ 5G ) ଯାଞ୍ଚ୍ କରିବା ପାଇଁ ତଳ ମେନ୍ୟୁରେ pin arrow ଉପରେ କ୍ଲିକ୍ କରନ୍ତୁ । ଏବେ BSNL ଚୟନ କରି ଟାଇପ୍ ମେନ୍ୟୁରୁ ନେଟୱାର୍କ ଟାଇପ୍ ଉପରେ କ୍ଲିକ୍ କରନ୍ତୁ ।

– ଆପଣଙ୍କ ଅଞ୍ଚଳ ଅନୁଯାୟୀ ଏହା ଡାଉନଲୋଡ୍ ସ୍ୱିଡ୍‌, ଅପଲୋଡ୍ ସ୍ୱିଡ୍‌, ବିଳମ୍ବ ସିଗନାଲ, ଷ୍ଟ୍ରଙ୍ଗ୍ ସିଗନାଲ ଷ୍ଟ୍ରେନ୍ଥ ଏବଂ ୱିକ୍ ସିଗନାଲ ଷ୍ଟ୍ରେନ୍ଥ ଇତ୍ୟାଦି ବିଷୟାରେ ସୂଚନା ପ୍ରଦାନ କରିଥାଏ ।

Get real time updates directly on you device, subscribe now.