fbpx

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ପୁରୀ ବାଣ ଫୁଟିବା ଘଟଣାରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ମୃତ୍ୟୁହାର ୯ ଥିବା ବେଳେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଥିବାବେଳେ ଅନ୍ୟ ୧୯ ଜଣଙ୍କର ଚିକିତ୍ସା ଚାଲିଛି । ତେବେ ବାଣ ବିସ୍ଫୋରଣ ଘଟଣାରେ ମୃତଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହାୟତା ଦେବା ପାଇଁ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

କହିରଖୁଛୁ ନିକଟରେ ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ସମୟରେ ଆତିସବାଜି ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇଥିଲେ ।

Get real time updates directly on you device, subscribe now.