fbpx

‘ମୋଦୀ ଶ୍ରୀରାମ ମନ୍ଦିର ଉଦଘାଟନ କରିବେ, ମୂର୍ତ୍ତି ସ୍ପର୍ଶ କରିବେ’: ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି?

Advertisement

ଓଡିଶା ଭାସ୍କର: ଭବ୍ୟ ଶ୍ରୀରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ତେବେ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ମାତ୍ର ଏହି ଐତିହାସିକ ମୁହୂର୍ତ୍ତ ପୂର୍ବରୁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ନିଜର କ୍ଷୋବ ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରତଲାମରେ ତ୍ରିବେଣୀ ତଟରେ ହିନ୍ଦୁ ଜାଗରଣ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଆସିଥିଲେ। ଏହି ସମୟରେ ସାମ୍ବାଦିକ ମାନେ ତାଙ୍କୁ ଅଯୋଧ୍ୟା ଯିବା ସମ୍ପର୍କରେ ପ୍ରଶ୍ନ କରିଥିଲେ। ତେବେ ଗଣମାଧ୍ୟମ ପ୍ରଶ୍ନରେ ପ୍ରତିକ୍ରିୟା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ,‘ମୋଦୀ ଉଦଘାଟନ କରିବେ, ମୂର୍ତ୍ତି ସ୍ପର୍ଶ କରିବେ। ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି। ମୋ ପଦର ବି ମର୍ଯ୍ୟାଦା ରହିଛି। ମୁଁ ସେଥିରେ ଆଞ୍ଚ ଆସିବାକୁ ଦେବି ନାହିଁ। ଏମିତି ଆୟୋଜନରେ ମୋର ଯିବା କ’ଣ ଆବଶ୍ୟକ?

କେବଳ ସେତିକି ନୁହେଁ ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ମତେ ଯେଉଁ ନିମନ୍ତ୍ରଣ ପତ୍ର ମିଳିଛି ସେଥିରେ ମୋ ସହ ମାତ୍ର ଜଣକୁ ଯିବାପାଇଁ ଅନୁମତି ଦିଆଯାଇଛି କିନ୍ତୁ ରାମ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଅନ୍ୟ କୌଣସି ପ୍ରକାରର ଯୋଗାଯୋଗ ହୋଇନାହିଁ । ଏଥିସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆୟୋଜନରେ ନାଜନୀତି ହେଉଛି ବୋଲି ଶଙ୍କରାଚାର୍ଯ୍ୟ କହିବା ସହିତ ଏହାକୁ ନାପସନ୍ଦ କରିଛନ୍ତି । ଶାସ୍ତ୍ରର ନିୟମ ଅନୁଯାୟୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିଲେ ମୁଁ ନିଶ୍ଚେ ଯାଇଥାନ୍ତି । ତେବେ ଏ ପ୍ରକାର ଆୟୋଜନକୁ ମୁଁ ଯିବି ନାହିଁ ।

Get real time updates directly on you device, subscribe now.