fbpx

ପୁଟିନ୍‌ଙ୍କୁ କ୍ୟାନସର୍‌ ! କେମୋଥେରାପି ଯୋଗୁଁ ବିଗୁଡୁଛି ମାନସିକ ସ୍ଥିତି

କିଭ୍‌: ୟୁକ୍ରେନ ଅକ୍ତିଆର ପାଇଁ ଆକ୍ରମଣକୁ ଆହୁରି ଶାଣିତ କରିଛି ଋଷ । ଖାରକିବ ଓ କିବରେ ବର୍ଷୁଛି ମିସାଇଲ, ବିସ୍ଫୋରଣ ଶବ୍ଦରେ ଥରୁଛି ୟୁକ୍ରେନ । ତେବେ ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲଦମିର ପୁଟିନଙ୍କୁ ନେଇ ସାଙ୍ଘାତିକ ଖବର ଆସିଛି । କ୍ୟାନସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇଛନ୍ତି ପୁଟିନ୍‌ । ପେଣ୍ଟାଗନ୍‌ ଏବଂ ୟୁକ୍ରେନ୍ର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପୁଟିନ ବର୍ତ୍ତମାନ ଅନ୍ତନଳୀ କର୍କଟ ସହିତ ଲଢ଼ୁଛନ୍ତି ।

ସୂଚନା ମୁତାବକ କିଛି ମାସ ହେବ ପୁଟିନଙ୍କ ମୁହଁ ଓ ବେକ ଫୁଲା ଫୁଲା ଦେଖାଯାଉଛି । ଯାହାକି ଏହି କଥାର ପ୍ରମାଣ ଦେଉଛି ଯେ ସେ କ୍ୟାନସରରୁ ସୁସ୍ଥ ହେବା ପାଇଁ କେମୋଥେରାପି କିମ୍ବା ଷ୍ଟେରଏଡ ନେଉଛନ୍ତି । ଆମେରିକା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ କାନାଡା ୫ଟି ଦେଶର ଗୁଇନ୍ଦା ବିଭାଗର ସଂଗଠନ ୫ ଆଇଜ୍‌ ମୁତାବକ ଭ୍ଲାଦିମିର ପୁଟିନ କର୍କଟ ଭଳି ସାଂଘାତିକ ରୋଗର ଶିକାର, ଯେଉଁଥିପାଇଁ ସେ ଦୀର୍ଘ ସମୟ ଧରି ନିଜର ଷ୍ଟେରଏଡ ଚିକିତ୍ସା କରାଉଛନ୍ତି । ଯେଉଁଥିପାଇଁ ତାଙ୍କ ମାନସିକ ଶନ୍ତୁଳନ ପ୍ରଭାବିତ ହେଉଛି । ଆଉ ଏହି ମାନସିକ ଅସନ୍ତୁଳନ ବର୍ତ୍ତମାନ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । କାରଣ ଏପରି ପରିସ୍ଥିତିରେ ପୁଟିନ ବର୍ତ୍ତମାନ ଯୁଦ୍ଧରେ କୌଣସି ବି ସ୍ତରକୁ ଯାଇପାରନ୍ତି । ଏହି ରୋଗ ତାଙ୍କୁ ଆହୁରି ଆକ୍ରମକ ବନାଉଛି । ଏକ ସମୟରେ ପୁଟିନଙ୍କ ସହ ଟ୍ରେନିଂ ନେଉଥିବା ଜଣେ ପୂର୍ବ ମହିଳା ଗୁପ୍ତଚର ମଧ୍ୟ ଏହି ଭଳି କିଛି ତଥ୍ୟ ଦେଇଛନ୍ତି । ସେ ମଧ୍ୟ କହିଛନ୍ତି ଯେ ପୁଟିନ ପ୍ରକୃତରେ ୟୁକ୍ରେନକୁ ଦଖଲ କରିବାକୁ ଓ ତାକୁ ଶିକ୍ଷା ଦେବା ପାଇଁ କିଛି ବି କରିପାରନ୍ତି କୌଣସି ବି ସ୍ତରକୁ ଯାଇପାରନ୍ତି ।

Get real time updates directly on you device, subscribe now.