fbpx

ପୁଟିନ୍‌ଙ୍କ ଟାର୍ଗେଟ୍‌ରେ ପାଶ୍ଚାତ୍ୟ ରାଷ୍ଟ୍ର: କାହିଲେ- ‘ଯେପରି ଭାରତକୁ ଲୁଟିଥିଲେ, ଋଷକୁ ମଧ୍ୟ ଲୁଟିବାକୁ ଚାହୁଁଛନ୍ତି’

ନୂଆଦିଲ୍ଲୀ: ୟୁକ୍ରେନ୍‌ର କବଜା କରିଥିବା ଚାରି ପ୍ରଦେଶକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷ ସହିତ ଆଜି ଔପଚାରିକ ଭାବରେ ମିଶ୍ରଣ କରିଛନ୍ତି। କ୍ରିମିଲିନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଡୋନେଟସ୍କ, ଲୁହାନସ୍କ, ଜାପୋରିଜିଆ, ଖେରସନକୁ ନିଜର ଦେଶରେ ସାମିଲ କରିବାର ଔପଚାରିକତା ପୁରଣ କରି କାଗଜପତ୍ର ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବୋନ୍ଧିତ କରି ପୁଟିନ୍ ପାଶ୍ଚାତ୍ୟ ରାଷ୍ଟ୍ରକୁ ଟାର୍ଗେଟ୍ କରିଥିଲେ।

ଏହି ସମୟରେ ସେ ୟୁକ୍ରେନ ସହିତ ପୁଣିଥରେ ଆଲୋଚନା ବିଷୟରେ ମଧ୍ୟ କହିଥିଲେ। ତେବେ କଥାବାର୍ତ୍ତା ବେଳେ ଅଧିକୃତ ଅଞ୍ଚଳ ଉପରେ ଆଲୋଚନା ହେବ ନାହିଁ ବୋଲି ସେ କଡ଼ା ସ୍ୱରରେ କହିଛନ୍ତି। ତେବେ ୟୁକ୍ରେନ ଋଷର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି କହିଛି ଯେପର୍ଯ୍ୟନ୍ତ ପୁଟିନ ରାଷ୍ଟ୍ରପତି ରହିବେ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ଏହି ସମୟରେ ପୁଟିନ ଭାରତ ବିଷୟରେ ମଧ୍ୟ କହିଥିଲେ ଏବଂ କହିଥିଲେ ଯେ ଭାରତକୁ ପାଶ୍ଚାତ୍ୟ ଦେଶମାନେ ଲୁଟିଥିଲେ ସେହିଭଳି ଋଷକୁ ଏକ ଉପନିବେଶ କରିବାକୁ ଚାହୁଁଛନ୍ତି।

ସେ କହିଛନ୍ତି ଯେ ମଧ୍ୟଯୁଗରେ ପାଶ୍ଚାତ୍ୟ ଏହାର ଔପନିବେଶକ ଶାସନ ଆରମ୍ଭ କରିଥିଲା। ଆମେରିକାର ଲୋକଙ୍କ ହତ୍ୟା, ଭାରତ ଏବଂ ଆଫ୍ରିକାର ଲୁଣ୍ଠନ, ଚୀନ୍ ବିରୁଦ୍ଧରେ ଯୁଦ୍ଧ, ଆପିମ୍ ଯୁଦ୍ଧ, ପାଶ୍ଚାତ୍ୟ ଦେଶକୁ ଡ୍ରଗ୍ ଉପରେ ନିର୍ଭରଶୀଳ କରି ସମଗ୍ର ଗୋଷ୍ଠୀକୁ ହତ୍ୟା କରିଥିଲା। ସେମାନେ ପଶୁ ପରି ଲୋକଙ୍କୁ ଶିକାର କରିଥିଲେ। ଏହି ସବୁ ପାଇଁ ପାଶ୍ଚାତ୍ୟ ଦେଶମାନେ ଋଷକୁ ଏକ ‘ଉପନିବେଶ’ କରିବାକୁ ଚାହୁଁଛନ୍ତି। ଆମେ ଗର୍ବିତ ଅନୁଭବ କରୁଛୁ ଯେ ବିଂଶ ଶତାବ୍ଦୀରେ ଆମ ଦେଶ ଉପନିବେଶ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲା, ଯାହା ଅନେକ ଦେଶ ପାଇଁ ସ୍ୱାଧୀନତା ଆଣିଥିଲା।

 

Get real time updates directly on you device, subscribe now.