fbpx

PVR INOX ଲଞ୍ଚ କଲା ଧମାକା ସବସ୍କ୍ରିପସନ ପ୍ଲାନ, ୧୦ଟି ଫିଲ୍ମ ଦେଖିବା ପାଇଁ ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ: ଦେଶରେ ମଲ୍ଟିପ୍ଲେକ୍ସ ଚେନ ଚଳାଉଥିବା କମ୍ପାନୀ ପିଭିଆର ଆଇନକ୍ସ ଫିଲ୍ମ ଦେଖୁଥିବା ଲୋକଙ୍କ ପାଇଁ ୬୯୯ ଟଙ୍କାର ମାସିକ ସବସ୍କ୍ରିପସନ ପ୍ଲାନକୁ ପ୍ରଣୟନ କରିଛନ୍ତି । ଏହି ପ୍ଲାନ ମାଧ୍ୟମରେ ସବସ୍କ୍ରିପସନ ନେଉଥିବା ବ୍ୟକ୍ତି ପିଭିଆର ଅଇନକ୍ସର ମଲ୍ଟିପ୍ଲେକ୍ସକୁ ଯାଇ ଗୋଟିଏ ମାସରେ ୧୦ଟି ଫିଲ୍ମ ଦେଖିପାରିବେ । ଏହି ଅଫର ସେହି ଲୋକଙ୍କ ପାଇଁ ଲାଭଦାୟକ ହୋଇପାରିବ, ଯେଉଁମାନେ ମାସକୁ ବହୁବାର ମୁଭି ଦେଖିବାକୁ ଯାଉଛନ୍ତି ।

ପିଭିଆର ଆଇନକ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ମାସିକ ଯୋଜନାର ନାମ ପିଭିଆର ଆଇନକ୍ସ ପାସପୋର୍ଟ ରଖାଯାଇଛି । କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ ଏହି ପ୍ଲାନରେ ପାଖାପାଖି ୩ ମାସର ସବସ୍କ୍ରିପସନ ନେବାକୁ ହେବ । ଏହା ଅର୍ଥ ଆପଣଙ୍କୁ ଏକସାଙ୍ଗରେ ୨୦୯୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ପିଭିଆର ଆଇନକ୍ସ ପାସପୋର୍ଟ ଅନୁଯାୟୀ, ଯେକୌଣସି ବ୍ୟକ୍ତି କେବଳ ସୋମବାର ରୁ ଗୁରୁବାର ପର୍ଯ୍ୟନ୍ତ ସିନେମ ହଲ ଯାଇ ଫିଲ୍ମ ଦେଖିପାରିବେ । ଏଥି ସହିତ କମ୍ପାନୀ ଏହାର ମାସିକ ସବସ୍କ୍ରିପସନ୍ ଯୋଜନାରୁ IMAX, ଗୋଲ୍ଡ, LUXE ଏବଂ ଡ଼ାଇରେକ୍ଟର କଟ୍ ପରି ପ୍ରିମିୟମ୍ ପ୍ରେକ୍ଷାଳୟକୁ ବାଦ ଦେଇଛି । ଏହାର ଅର୍ଥ ଆପଣ ଏହି ଯୋଜନା ମାଧ୍ୟମରେ PVR ଆଇନକ୍ସର ପ୍ରିମିୟମ୍ ଥିଏଟରକୁ ଯାଇପାରିବେ ନାହିଁ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ କଥାବାର୍ତ୍ତା କରି ପିଭିଆର ଆଇନକ୍ସ କୋ-ସିଇଓ ଗୌତମ ଦତ୍ତା କହିଛନ୍ତି ଯେ, କମ୍ପାନୀ ସେମାନଙ୍କ ଚଳଚ୍ଚିତ୍ର ଦେଖିବାର ଅଭ୍ୟାସ ଜାଣିବା ପାଇଁ ଗ୍ରାହକଙ୍କ ସହ ଯୋଗାଯୋଗରେ ରହିଥାଏ। ଗ୍ରାହକଙ୍କ ମଧ୍ୟରେ ଏକ ଭାବନା ଅଛି ଯେ, ସେମାନେ ସିନେମା ହଲକୁ ଯାଇ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି।

Get real time updates directly on you device, subscribe now.