fbpx

୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ଆଶ୍ୱସ୍ତି ନେଇ ବଢ଼ିଲା ଆଶା: ଭାରତର ଅପିଲକୁ ଗ୍ରହଣ କଲା କତାର କୋର୍ଟ

ନୂଆଦିଲ୍ଲୀ: କତାର କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ଆଶ୍ୱସ୍ତି ନେଇ ଆଶା ବଢ଼ିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଅପିଲକୁ ଗ୍ରହଣ କରିଛି କତାର କୋର୍ଟ । ଖୁବଶୀଘ୍ର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଅକ୍ଟୋବର ମାସରେ ଏହି ସମସ୍ତ ପୂର୍ବତନ ଅଧିକାରୀଙ୍କୁ କତାର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଣି କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ କତାର ଗିରଫ କରିଥିଲା । ତା’ପରେ ଚଳିତ ବର୍ଷ ଅକ୍ଟୋବର ମାସ ୨୭ ତାରିଖରେ ଏହି ପୂର୍ବତନ ଅଧିକାରୀମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଣି କରିଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଭାରତ ସରକାର ଉକ୍ତ ଦଣ୍ଡାଦେଶ ବିରୋଧରେ ଅପିଲ କରିଥିଲେ । ଏକ ଲିଗାଲ ଟିମ୍ ଦ୍ୱାରା ଆବେଦନ କରାଯାଇଥିବା ନେଇ ଗତ ୯ ତାରିଖରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଥିଲେ ।

ତେବେ ଏକ ସୂତ୍ର ମୁତାବକ, କତାର କୋର୍ଟ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ଅପିଲକୁ ଗ୍ରହଣ କରିଛନ୍ତି । ଖୁବଶୀଘ୍ର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ନଭେମ୍ବର ମାସ ୨୩ ତାରିଖରେ ଭାରତର ଅପିଲ ଦସ୍ତାବିଜକୁ ଗ୍ରହଣ କରାଯାଇଛି । କୋର୍ଟ ଉକ୍ତ ଅପିଲକୁ ସମୀକ୍ଷା କରୁଥିବା ବେଳେ ଖୁବଶୀଘ୍ର ପରବର୍ତ୍ତୀ ଶୁଣାଣି କରାଯିବା ନେଇ ଆଶା ରହିଛି ।

Get real time updates directly on you device, subscribe now.