ମଶାବତୀରୁ ମହାଭାରତ: ଧାରୁଆ ଅସ୍ତ୍ର ଧରି ଦୋକାନୀଙ୍କ ଘରେ ପଶିଗଲେ ୨୦ ଗୁଣ୍ଡା, ଆଉ ତା’ ପରେ..
ମଶାବତୀ ପାଇଁ ଝଗଡ଼ା, ୩ ଆହତ
ବାଲେଶ୍ୱର: ମଶାବତୀ ପାଇଁ ଏକ ବଡ଼ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଟି ବାଲେଶ୍ୱରର ଘୋଡ଼ାପଦା ଛକରେ ଘଟିଥିବା ଜଣାପଡ଼ିଛି। ବୁଧବାର ରାତିରେ ଏହି ଛକରେ ଥିବା ଏକ ଚା’-ପାନ ଦୋକାନରେ ଏହି ଝଗଡ଼ା ହୋଇଥିଲା।
ଏହି ଝଗଡ଼ା ଏତେ ବଢିଯାଇଥିଲା ଯେ, ଏଥିରେ ୩ ଜଣ ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ଜଣେ ଗ୍ରାହକ ମହେଶ୍ୱରଙ୍କ ଦୋକାନକୁ ମଶା କଏଲ କିଣିବାକୁ ଆସିଥିଲେ। ଏହି ସମୟରେ ମହେଶ୍ୱରଙ୍କ ସାଙ୍ଗରେ କୌଣସି ଏକ କଥାକୁ ନେଇ ଗ୍ରାହକଙ୍କର ଯୁକ୍ତି ତର୍କ ହୋଇଥିଲା।
ଏହାପରେ ମହେଶ୍ୱର ଏବଂ ଗ୍ରାହକଙ୍କ ମଧ୍ୟରେ ବଡ଼ ଝଗଡ଼ା ହୋଇଥିଲା। ଝଗଡ଼ା ପରେ ୨୦ଜଣ ଯୁବକ ମହେଶ୍ୱରଙ୍କ ଘରେ ଧାରୁଆ ଅସ୍ତ୍ର ଧରି ପହଞ୍ଚିଥିଲେ।
ମହେଶ୍ୱର ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। କୁହାଯାଉଛି ଯେ, ୩ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଆହତ ହେଉଛନ୍ତି, ମହେଶ୍ୱର ପ୍ରଧାନ, ପିତାମ୍ବର ପ୍ରଧାନ ଏବଂ କୁନି ପ୍ରଧାନ। ପୋଲିସ ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଜାରି ରଖିଛି।