fbpx

ଦକ୍ଷିଣ ଆଫ୍ରିକାର ତାରକା ବ୍ୟାଟ୍ସମ୍ୟାନ୍ କଲେ ବଡ଼ ଘୋଷଣା, ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟ୍‌ରୁ ନେବେ ଅବସର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୟୁନଣ୍ଟନ୍‌ ଡି. କକ୍ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌କୁ ଅଲବିଦା କହିଛନ୍ତି । ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ ହେବ ତାଙ୍କର ଶେଷ ଦିନିକିଆ ଟୁର୍ଣ୍ଣାମେଣ୍ଟ । ଦକ୍ଷିଣ ଆଫ୍ରିକା ଏହାର ବିଶ୍ୱକପ୍ ଟିମ୍ ଘୋଷଣା କରିବାର କିଛି ମିନିଟ୍ ପରେ ଡି କକ୍ ଏହି ଘୋଷଣା କରିଛନ୍ତି ।

ଡି କକ୍ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଗ୍ ବାସ୍ ଲିଗ୍‌ରେ ଖେଳିବାକୁ ମେଲବର୍ଣ୍ଣ ରେନିଗେସ୍ ସହିତ ଚୁକ୍ତି କରିବା ପରେ ଦକ୍ଷିଣ ଆଫ୍ରିକା ପାଇଁ ଖେଳିବାକୁ ସମସ୍ୟା ସୃଷ୍ଟି ହୋଇଥିଲା । ଯାହା ଫଳରେ ଭାରତ ବିପକ୍ଷ ଦିନିକିଆ ସିରିଜରୁ ନିଜୁ ସେ ଦୁରେଇ ରଖିଛନ୍ତି । ଏହି ସିରିଜ ୧୦ ଡିସେମ୍ବରୁ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସମାନ ସମୟରେ ବିଗ୍ ବାସ୍ ଲିଗ୍ ଡିସେମ୍ବର ୧୦ ରୁ ଆରମ୍ଭ ହୋଇ ଜାନୁଆରୀ ୫ ପର୍ଯ୍ୟନ୍ତ ଚାଲିବ ।

ଡି କକ୍‌ଙ୍କୁ ବର୍ତ୍ତମାନ ୩୦ ବର୍ଷ ହୋଇଥିବା ବେଳେ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବିରତି ନେଇଥିଲେ, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୩-୦ରେ ପରାସ୍ତ ହୋଇଥିଲା । ଆଗକୁ ଦିନିକିଆ ସିରିଜରେ ଡି କକ୍ ନଜର ଆସିବେ, ଯାହା 7 ସେପ୍ଟେମ୍ବରରୁ ଆରମ୍ଭ ହେଉଛି । ଏହା ପୁର୍ବରୁ ଡି କକ୍ ଆମେରିକାରେ ଅନୁଷ୍ଠିତ ମେଜର ଲିଗ୍‌ରେ ନଜର ଆସିଥିଲେ । ଦକ୍ଷିଣ ଆଫ୍ରିକା ଆଫ୍ରିକା ପାଇଁ ଡି କକ୍ ୧୪୦ ଦିନିକିଆ ଖେଳି ୪୪.୮୫ ହାରରେ ୫୯୬୬ ରନ୍ ସ୍କୋର୍ କରିଛନ୍ତି, ଯେଉଁଥିରେ ୧୭ ଶତକ ଏବଂ ୨୯ ଅର୍ଦ୍ଧଶତକ ସାମିଲ ରହିଛି ।

ଏହା ପୁର୍ବରୁ ୨୦୨୧ରେ ସମାନ ଢଙ୍ଗରେ ହଠାତ୍ ଡି କକ୍ ଟେଷ୍ଟରୁ ଅବସର ଘୋଷଣା କରିଥିଲେ । ସେ ସମୟରେ ସେ କହିଥିଲେ କି ସେ ଅଧିକ ସମୟ ନିଜର ପରିବାର ସହିତ ବିତାଇବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.