ମାଲକାନଗିରି, (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଡିଏନକେ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆର୍.କେ ସୁନା ଗହଣା । ଦୋକାନରେ ଜି.ଏସ.ଟି ବିଭାଗ ତରଫରୁ ଚଢାଉ କରାଯାଇଛି । ମାର୍କେଟିଙ୍ଗ ଆନାଲେସିସ୍କୁ ଭିତ୍ତି କରି ଏହି ବ୍ୟବସାୟ ପ୍ରତିଷ୍ଠାନ ଉପରେ ସନ୍ଦେହ ହେବାରୁ ଊକ୍ତ ଦୋକାନରେ ଚଢାଉ କରାଯାଇଛି । ସୁନା ଗହଣା, ଆମଦାନୀ ସୁନା ଏବଂ ଗହଣା ବିକ୍ରି ସହ କେତେ ବର୍ଷ ଧରି ଏହାର ବ୍ୟବସାୟ ଚାଲିଛି ସେ ସମ୍ବନ୍ଧରେ ତଦନ୍ତ କରାଯିବା ସହ ଦୋକାନର ସମସ୍ତ ନଥିପତ୍ର ଜବତ୍ କରାଯାଇଛି ।