fbpx

ରେକର୍ଡ ଗ୍ରାଣ୍ଡସ୍ଲାମ ବିଜୟ ପରେ ନାଦାଲଙ୍କ ରାଙ୍କିଙ୍ଗରେ ପଦୋନ୍ନତି: ଏକ ନମ୍ବର ସ୍ଥାନ ବଜାୟ ରଖିଲେ ବାର୍ଟ୍ଟି ଓ ଜୋକୋଭିଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ୍ ଓପନ ବିଜୟୀ ହୋଇଥିବା ସ୍ପେନର ରାଫେଲ ନାଦାଲଙ୍କ ରାଙ୍କିଙ୍ଗରେ ଉନ୍ନତି ଘଟିଛି । ନାଦାଲ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରିଥିଲେ । ଏହି ମୁକାବିଲାରେ ବିଜୟୀ ହେବା ସହିତ ନାଦାଲ ନିଜ ରାଙ୍କିଙ୍ଗରେ ଉନ୍ନତି ଘଟାଇଛନ୍ତି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନାଦାଲଙ୍କ ରାଙ୍କିଙ୍ଗ ୬ ନମ୍ବର ରହିଥିଲା । ଗୋଟିଏ ସ୍ଥାନର ପଦୋନ୍ନତି ସହିତ ନାଦାଲ ବର୍ତ୍ତମାନ ୫ ନମ୍ବରରେ ପହଞ୍ଚିଛନ୍ତି । ଅନ୍ୟ ପକ୍ଷରେ ଏକ ନମ୍ବର ସ୍ଥାନରେ ରହିଥିବା ଆସଲେ ବାର୍ଟ୍ଟି ଏବଂ ନୋଭାକ ଜୋକୋଭିଚ୍ ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି ।
ଆରାନେ ସାବାଲେଙ୍କା ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଫ୍ରେଞ୍ଚ ଓପନ ବିଜେତା ବାର୍ବୋରା କ୍ରେଜିକୋଭା ତୃତୀୟ ସ୍ଥାନରେ ରହିଛନ୍ତି । ଇଗା ସ୍ୱିଆଟେକ୍ ୫ଟି ସ୍ଥାନ ଉପରକୁ ଉଠିବା ସହିତ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ।

ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ଋଷର ଡାନିଲ ମେଦଭେଦେଭଙ୍କୁ ୫ ସେଟ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିଥିଲେ ନାଦାଲ । ଏହି ବିଜୟ ସହିତ ନିଜ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ସହିତ ରୋଜର ଫେଡେରର ଏବଂ ନୋଭାକ ଜୋକୋଭିଚଙ୍କୁ ପଛରେ ପଇଥିଲେ । ରବିବାର ରଡ ଲାଭେର ଆରେନାରେ ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ନାଦାଲ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ୫ ଘଣ୍ଟା ୨୪ ମିନିଟର ଏହି ମାରାଥନ ମୁକାବିଲାକୁ ନାଦାଲ ୨-୬, ୬-୭(୫/୭), ୬-୪, ୬-୪ ଓ ୭-୫ରେ ଜିତିବା ସହିତ ଅଷ୍ଟ୍ରେଲିଆନ ଓପନ କବଜା କରିଥିଲେ ।

Get real time updates directly on you device, subscribe now.