fbpx

ଶେଷରେ ଫେରି ଆସିଲେ ରାଘବ ଚଢା, ଉଷ୍ମ ରାଜନୈତିକ ବାତାବରଣ ଭିତରେ ସିଧା ପହଞ୍ଚିଲେ କେଜ୍ରିୱାଲଙ୍କ ଘରେ

Advertisement

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ପ୍ରଚଣ୍ଡ ତାତି ସହିତ ରାଜନୈତିକ ବାତାବରଣ ବି ବେଶ୍ ଉଷ୍ମ ରହିଛି । ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ମାରପିଟ୍ ଘଟଣା ପ୍ରତିଦିନ ନୂଆ ମୋଡ ନେବାରେ ଲାଗିଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରର ଏକ ଭିଡିଓ ସାମ୍ନାକୁ ଆସିଛି । ସେହିପରି ଆଜି ବି ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସରେ ଦେଖିବାକୁ ମିଳିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ରାଘବ ଚଢା ବହୁ ଦିନ ହେବ ଭାରତରେ ନ ଥିଲେ । ଏକ ରିପୋର୍ଟ ଅନୁଯାୟୀ ତାଙ୍କ ଆଖିର ଚିକିତ୍ସା ଚାଲୁଥିଲା । ଯେଉଁ କାରଣରୁ ସେ ବିଦେଶରେ ରହୁଥିଲେ । ସୁସ୍ଥ ହେବା ପରେ ସେ ଭାରତ ଫେରି ଆସିଛନ୍ତି । ତେବେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବା ପରେ ସେ ରାଜନୀତିରେ କିଛିଦିନ ଧରି ଯେପରି ସୁପ୍ତ ପଡିଯାଇଥିଲେ । ତାଙ୍କର ଲଗାତର ଅନୁପସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିଲା । କିନ୍ତୁ ଦଳ ପକ୍ଷରୁ କୁହାଯାଇଥିଲା କି ସେ ସୁସ୍ଥ ହେବା ପରେ ଭାରତ ଫେରିଆସିବେ । ଭାରତ ଫେରିବା ପରେ ସେ ସିଧା କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି । ରାଘବ ଚଢା ଆମ ଆଦମୀ ପାର୍ଟିର ପ୍ରମୁଖ ନେତାଙ୍କ ମଧ୍ୟରୁ ଅନ୍ୟତମ । ସେ ଦଳରେ ବହୁ ବଡ ଦାୟିତ୍ୱ ସମ୍ଭାଳି ସାରିଛନ୍ତି ।

 

Get real time updates directly on you device, subscribe now.