fbpx

ଗିରଫ ହେଲେ ରାହତ ଫତେହ ଅଲି ଖାନ୍: ଦୁବାଇ ଏୟାରପୋର୍ଟରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ‘ତେରି ଆଖୋଁ କି ଦରିୟା କା ଉତରନା ଭି ଜରୁରୀ ଥା…’ ବହୁ ଲୋକପ୍ରିୟ ହାସଲ କରିଥିବା ଏହି ଗୀତର ଗାୟକଙ୍କୁ ଗିରଫ କରିଛି ପୋଲିସ । ପାକିସ୍ତାନର ସୁପରଷ୍ଟାର ସିଙ୍ଗର ରାହତ ଫତେହ ଅଲି ଖାନଙ୍କୁ ପୋଲିସ ଗିରଫ କରିଥିବା ଜାଣିବାକୁ ମିଳିଛି । ଦୁବାଇ ଏୟାରପୋର୍ଟରୁ ପୋଲିସ ତାଙ୍କୁ ଗିରଫ କରିଛି । ପାକିସ୍ତାନ ସମେତ ଭାରତରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଥିବା ରାହତ ଫତେହ ଅଲି ଖାନ୍ ଏବେ ପୋଲିସ ହାତରେ ଗିରଫ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ରାହତ ଫତେହ ଅଲୀ ଖାନଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମଦଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରିଛି ପୋଲିସ । ବିମାନରେ ଯାତ୍ରା କରିବା ପୂର୍ବରୁ ଦୁବାଇ ଏୟାରପୋର୍ଟରେ ପହଞ୍ଚି ପୋଲିସ ତାଙ୍କ ଯାତ୍ରା ରୋକିବା ସହ ତାଙ୍କୁ ଗିରଫ କରିଛି । ତେବେ ଏହାପୂର୍ବରୁ ୟୁଏଇରେ ଥିବା ବେଳେ ବୁର୍ଜ ଦୁବାଇ ପୋଲିସ ଷ୍ଟେସନରେ ତାଙ୍କୁ ହେପାଜତରେ ରଖିଥିଲା ପୋଲିସ । ବିଭିନ୍ନ ସଂଗୀତ କାର୍ଯ୍ୟକ୍ରମ ପାଇଁ ୟୁଏଇ ଯାଇଥିବା ବେଳେ ସେଠାରେ ତାଙ୍କ ପୂର୍ବ ମ୍ୟାନେଜର ସଲମାନ ଅହମଦଙ୍କ ସହ ରାହତଙ୍କର ବିବାଦ ହୋଇଥିଲା । ଦୁବାଇ ସମେତ ଅନ୍ୟ ସହରରେ ମଧ୍ୟ ରାହତଙ୍କ ବିରୋଧରେ ମାମଲା ରୁଜୁ କରାଇଛନ୍ତି ସଲମାନ ।

Get real time updates directly on you device, subscribe now.