fbpx

ମୋଦୀ ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ: ହେବ କି ପୁନର୍ବିଚାର?

ନୂଆଦିଲ୍ଲୀ: ନେସନାଲ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ୁନି ମୋଦୀ ସରନେମ ବିବାଦ । ଏହି ମାମଲାରେ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ପ୍ରଥମେ ସେ ହାଇକୋର୍ଟରେ ପହଞ୍ଚିଥିଲେ । କିନ୍ତୁ ହାଇକୋର୍ଟରେ ଫେଲ ହେବା ପରେ ବର୍ତ୍ତମାନ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟଙ୍କ ଆଦେଶକୁ ପୁଣିଥରେ ଚାଲେଞ୍ଜ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦୀ ସରନେମ ମାମଲା ଉପରେ ସୁପ୍ରିମକୋର୍ଟଙ୍କୁ ପୁଣିଥରେ ବିଚାର କରିବା ପାଇଁ ସେ ଆବେଦନ କରିଛନ୍ତି ।

ସୂଚନା ଅନୁସାରେ, ଚଳିତ ମାସର ପ୍ରଥମ ସପ୍ତାହରେ ମୋଦୀ ସରନେମ ମାମଲାର ପୁନର୍ବିଚାର ଯାଚିକାକୁ ଖାରଜ କରିଥିଲେ ମାନ୍ୟବର ଗୁଜୁରାଟ ହାଇକୋର୍ଟ । ଅଦାଲତ କହିଥିଲେ ଯେ, ଟ୍ରାୟଲ କୋର୍ଟଙ୍କ ଆଦେଶ ଉଚିତ ଅଟେ । ଏହି ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରକାଶ କରିଥିଲେ ହାଇକୋର୍ଟ । ତେଣୁ ଏହି ଆବେଦନକୁ ଖାରଜ କରି ଦିଆଯାଇଥିଲା । ତେବେ ଏହାପରେ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଏହି ମାମଲାକୁ ନେଇ ହୋଇଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ରାହୁଲ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ମାଗିଛନ୍ତି ।

ସୂଚନା ଅନୁସାରେ, ୨୦୧୯ ମସିହାରେ ମୋଦୀ ସରନେମକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାକୁ ନେଇ ବିବାଦ ଘନେଇଥିଲା ଏବଂ ରାହୁଲଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ନିମ୍ନ କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଏହି ମାମଲାକୁ ନେଇ ଲଗାତାର ଚାଲେଞ୍ଜ ଦେଇ ଚାଲିଛନ୍ତି ରାହୁଲ ଗାନ୍ଧୀ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଅଦାଲତ ସନ୍ତୁଷ୍ଟିଜନକ ନିଷ୍ପତ୍ତି ଶୁଣାଇ ନାହାନ୍ତି । ବାରମ୍ବାର ନିରାଶ ହୋଇ ବର୍ତ୍ତମାନ ସେ ସୁପ୍ରିମକୋର୍ଟଙ୍କ ନିକଯରେ ପହଞ୍ଚି ନ୍ୟାୟ ପାଇଁ ଆବେଦନ କରିଛନ୍ତି ।

Get real time updates directly on you device, subscribe now.