fbpx

କାର୍ଡ ଖେଳିଲେ ରାହୁଲ ଗାନ୍ଧୀ ; ମୋ ପାଖରେ ଘର ନାହିଁ , ଶୁଣାଇଲେ ୧୯୭୭ର କାହାଣୀ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କଂଗ୍ରେସ ଦଳର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଏକ ଭାବପ୍ରବଣ କାର୍ଡ ଖେଳିଛନ୍ତି। ସେ ୧୯୭୭ ରୁ ଏକ କାହାଣୀ ବର୍ଣ୍ଣନା କରି ନିଜେ ଭାବବିହ୍ୱଳ ହେବା ସହ ମା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭାବପ୍ରବଣ କରିଥିଲେ ।
ରାହୁଲ କହିଥିଲେ ଯେ ମୋର ବୟସ ୫୨, କିନ୍ତୁ ଆଜି ବି ମୋର ନିଜ ଘର ନାହିଁ। ଏହା ୧୯୭୭ ର କଥା..ମୁଁ ଛୋଟ ଥିଲି ଦେଶରେ ନିର୍ବାଚନ ହେବାକୁ ଯାଉଥିଲା। ମୁଁ ଘରେ ପହଞ୍ଚିବା ପରେ ଏହା ଏକ ଅଦ୍ଭୁତ ପରିବେଶ ଥିଲା । ସେ ବିଷୟରେ ମୁଁ ଯେତେବେଳେ ମା’ଙ୍କୁ ପଚାରିଲି, ମା କହିଲେ ଆମେ ଘର ଛାଡୁୂଛୁ ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ସେପର୍ଯ୍ୟନ୍ତ ମୁଁ ଭାବୁଥିଲି ଯେ ସେଇଟା ଆମ ଘର। ଯେତେବେଳେ ମୁଁ ଘରୁ ବାହାରିବାର କାରଣ ପଚାରିଲି, ମା ମୋତେ ପ୍ରଥମ ଥର ପାଇଁ କହିଥିଲେ ଯେ ଏହି ଘରଟି ଆମର ନୁହେଁ । ଏହା ହେଉଛି ସରକାରଙ୍କ ଘର। ଆମକୁ ଏଠାରୁ ଯିବାକୁ ପଡିବ । ମୁଁ ଯେତେବେଳେ କୁଆଡେ ଯିବା ବୋଲି ପଚାରିଲି, ସେ କହିଥିଲେ ଯେ ଜାଣାନାହିଁ । ଆଜି ମୋତେ ୫୨ ବର୍ଷ, ଆଜି ବି ଆମର ନିଜ ଘର ନାହିଁ ।

ରବିବାର ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଦାନୀ ଗ୍ରୁପ୍ ସହ ଜଡିତ ମାମଲାର ସତ୍ୟତା ଯେପର୍ଯ୍ୟନ୍ତ ସାମ୍ନାକୁ ନ ଆସିଛି, ଦଳ ପ୍ରଶ୍ନ ପଚାରିବ। ଦଳର ୮୫ ତମ ଅଧିବେଶନରେ ତାଙ୍କ ଅଭିଭାଷଣରେ ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଆଦାନୀ ଏକ, ସେମାନେ ଦୁଇ ଜଣ ଅଲଗା ନୁହେଁନ୍ତି । ସମସ୍ତ ଟଙ୍କା ଜଣେ ବ୍ୟକ୍ତିଙ୍କ ପାଖକୁ ଯାଉଛି । ଆମ ସ୍ୱରକୁ ସଂସଦୀୟ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି … ଆମେ ପ୍ରଶ୍ନ ପଚାରିବୁ। ଆମେ ଥରେ ନୁହେଁ, ହଜାର ଥର ପ୍ରଶ୍ନ ପଚାରିବୁ। ଯେପର୍ଯ୍ୟନ୍ତ ଆଦାନୀ ସତ୍ୟତା ପ୍ରକାଶ ନ ହୋଇଛି ।

“ଭାରତ ଯୋଡା ଯାତ୍ରା” ପରି ଭବିଷ୍ୟତରେ ଅନ୍ୟ ଏକ କାର୍ଯ୍ୟକ୍ରମର ସୂଚନା ଦେଇ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଜଙ୍କୁ “ତପସ୍ୟା” କାର୍ଯ୍ୟକ୍ରମ କରିବାକୁ କହିଥିଲେ ଯେଉଁଥିରେ ସମସ୍ତ ଲୋକ ଅଂଶଗ୍ରହଣ କରିବେ।

Get real time updates directly on you device, subscribe now.