ଇନ୍ଦିରା ଗାନ୍ଧିଙ୍କ ପରି ହେବ ରାହୁଲଙ୍କ ଅବସ୍ଥା! ମିଳିଲା ହତ୍ୟା ଧମକ, ସୁରକ୍ଷା ଦାବି କଲେ କଂଗ୍ରେସ ଯୁବରାଜ

କିଏ ଦେଉଛି ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ?

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଜୀବନ ପ୍ରତି ବିପଦ। ମିଳୁଛି ହତ୍ୟା ଧମକ। ଇନ୍ଦିରା ଗାନ୍ଧୀଙ୍କ ପରି ସମାନ ଅବସ୍ଥା ରାହୁଲଙ୍କର ହେବ ବୋଲି ଧମକ ଦିଆଯାଉଥିବା ବିରୋଧୀ ଦଳ ନେତା ନିଜେ ଦାବି କରିଛନ୍ତି। ତେଣୁ ସେ ନିଜ ସୁରକ୍ଷା ଲୋଡିଛନ୍ତି।

ମହାରାଷ୍ଟ୍ର ସରକାରଙ୍କଠୁ ସୁରକ୍ଷା ଲୋଡ଼ିଛନ୍ତି ରାହୁଲ। କେବଳ ସେତିକି ନୁହେଁ ରାହୁଲ ୨ ଜଣଙ୍କ ନାଁ ମଧ୍ୟ ନେଇଛନ୍ତି। ଯେଉଁମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।

ବାରମ୍ୱାର ତାଙ୍କୁ ହତ୍ୟା କରିବାକୁ ଏମାନେ ଧମକ ଦେଉଛନ୍ତି। କୁହାଯାଉଛି ଆବେଦନକାରୀ ନାଥୁରାମ ଗଡସେଙ୍କ ବଂଶଧର।

ରାହୁଲଙ୍କ ଜୀବନ ପ୍ରତି ବିପଦ:  ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଗଷ୍ଟ ୧୩ ତାରିଖରେ ପୁଣେର ଏକ କୋର୍ଟକୁ କହିଥିଲେ ଯେ ତାଙ୍କ ଜୀବନ ବିପଦରେ ଅଛି।

ସେ ଏହା ପଛରେ କାରଣ ଦର୍ଶାଇ କହିଥିଲେ ଯେ ସାମ୍ପ୍ରତିକ ରାଜନୈତିକ ବିବାଦ ଏବଂ ଅଭିଯୋଗକାରୀ ସତ୍ୟକି ସାଭରକରଙ୍କ ପାରିବାରିକ ସମ୍ପର୍କ ଯୋଗୁଁ ତାଙ୍କ ଜୀବନ ବିପଦରେ ଅଛି।

ରାହୁଲ ଗାନ୍ଧୀ ଏହି ସମ୍ପର୍କରେ ପ୍ରତିରୋଧକ ସୁରକ୍ଷା ଦାବି କରିଛନ୍ତି। ଏହା ସହିତ ରାହୁଲ ଗାନ୍ଧୀ କୋର୍ଟକୁ ଆବେଦନ କରିଛନ୍ତି ଯେ ମାନହାନି ମାମଲାର ଶୁଣାଣି ସମୟରେ ତାଙ୍କ ସୁରକ୍ଷା ଏବଂ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୋର୍ଟ ଗୁରୁତ୍ୱ ଦେବା ଉଚିତ।

ଭୟରେ ରାହୁଲ: ରାହୁଲ ଗାନ୍ଧୀ କୋର୍ଟକୁ କହିଥିଲେ ଯେ ଅଭିଯୋଗକାରୀ ସତ୍ୟକି ସାଭରକର ନିଜକୁ ନାଥୁରାମ ଗଡସେଙ୍କ ବଂଶଧର ବୋଲି କହିଥିବାରୁ ତାଙ୍କ ଜୀବନ ବିପଦରେ ଅଛି।

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାରର ଇତିହାସ ହିଂସାତ୍ମକ ଚିନ୍ତାଧାରା ଥିବା ଲୋକଙ୍କ ସହିତ ଜଡିତ, ଯାହା ଫଳରେ ତାଙ୍କୁ କ୍ଷତି ପହଞ୍ଚାଇବା କିମ୍ବା ମିଥ୍ୟା ମାମଲାରେ ଫସାଇ ଦିଆଯିବାର ଭୟ ଅଛି।

ଏହି କାରଣରୁ ରାହୁଲ ଗାନ୍ଧୀ କୋର୍ଟରୁ ସୁରକ୍ଷା ଦାବି କରିଛନ୍ତି ଯାହା ଦ୍ୱାରା ତାଙ୍କ ଜୀବନ ପ୍ରତି କୌଣସି ବିପଦ ନ ରହେ ଏବଂ ମାମଲାର ନିରପେକ୍ଷତା ସୁରକ୍ଷିତ ରହେ।

ବୀର ସାଭରକର ମାନହାନି ମାମଲା କ’ଣ: ପ୍ରକୃତରେ ରାହୁଲ ଗାନ୍ଧୀ ୨୦୨୩ ମସିହା ମାର୍ଚ୍ଚ ମାସରେ ଲଣ୍ଡନ ଯାଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ବୀର ସାଭରକରଙ୍କ ବିଷୟରେ କହିବା ସମୟରେ ଏକ ଘଟଣାର ଉଲ୍ଲେଖ କରିଥିଲେ।

ରାହୁଲ ଗାନ୍ଧୀ ଦେଇଥିବା ବୟାନ ସମ୍ପର୍କରେ ସତ୍ୟକି ସାଭରକର କହିଛନ୍ତି ଯେ ରାହୁଲ ଗାନ୍ଧୀ ମିଛ କହିଛନ୍ତି ଏବଂ ଏହା ମାନହାନି।

ଅଭିଯୋଗ ଅନୁଯାୟୀ ରାହୁଲ ଗାନ୍ଧୀ ସେଠାରେ ଉପସ୍ଥିତ ଲୋକମାନଙ୍କୁ କହିଥିଲେ ଯେ ସାଭରକର ଏକ ପୁସ୍ତକରେ ଲେଖିଛନ୍ତି ଯେ ସେ ଏବଂ ତାଙ୍କର ପାଞ୍ଚ-ଛଅ ଜଣ ବନ୍ଧୁ ଜଣେ ମୁସଲିମ ବ୍ୟକ୍ତିଙ୍କୁ ପିଟୁଥିଲେ ଏବଂ ସାଭରକର ଏଥିରେ ଖୁସି ଥିଲେ।

କୋର୍ଟରେ ରାହୁଲ ଗାନ୍ଧୀଙ୍କ ଓକିଲ ମିଲିଙ୍ଗ ପାୱାର କହିଥିଲେ ଯେ ସତ୍ୟକି ସାଭରକର ଗଡସେଙ୍କ ପରିବାର ସହିତ ଜଡିତ। ସେ ତାଙ୍କ ପରିବାରର ପ୍ରଭାବର ଅପବ୍ୟବହାର କରିପାରିବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏବେ ସେପ୍ଟେମ୍ବର ୧୦ ରେ ହେବ।