fbpx

କୁସ୍ତି ଆଖଡ଼ାରେ କ’ଣ କରୁଛନ୍ତି ରାହୁଲ ଗାନ୍ଧୀ ? ଦେଖନ୍ତୁ ଏହି ଭିଡ଼ିଓ…

Advertisement

ନୂଆଦିଲ୍ଲୀ: ନିକଟରେ ଭାରତୀୟ କୁସ୍ତି ମହାସଂଘ(WFI)ର ମାନ୍ୟତା ରଦ୍ଦ ହୋଇଥିଲା । ଏହା ସହ ନବନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଏହାକୁ ବିରୋଧ କରି କ୍ରୀଡ଼ା ଜଗତରେ ହଲଚଲ ସୃଷ୍ଟି ହୋଇଥିଲା । କୁସ୍ତି ଜଗତରୁ ସାକ୍ଷୀ ମଲ୍ଲିକ ଅବସର ନେବା ସହ ବଜରଙ୍ଗ ପୁନିଆ ନିଜ ପଦ୍ମଶ୍ରୀ ପଦକ ଏବଂ ବିନେଶ ଫୋଗାଟ ଭାରତ ରତ୍ନ ଓ ଅଜୁର୍ନ ପୁରସ୍କାର ଫେରାଇ ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ମଧ୍ୟ ଲେଖିଥିଲେ ।

ତେବେ ଏହି WFIକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ହରିୟାଣା ସ୍ଥିତ ଝଜ୍ଜର ଗାଁରେ ପହଂଚିଥିଲେ । ସେଠାରେ ବିରେନ୍ଦ୍ର ଆର‌୍ୟ ଆଖଡ଼ାରେ ବଜରଂଗ ପୁନିଆ ସମେତ ଅନ୍ୟ କୁସ୍ତି ଖେଳାଳୀଙ୍କୁ ଭେଟିଥିଲେ । କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ବଜରଙ୍ଗଙ୍କ ସହ କୁସ୍ତି ମଧ୍ୟ ଖେଳିଥିଲେ । ଏହା ସହ କୁସ୍ତି ଖେଳାଳୀଙ୍କ ଦୈନନ୍ଦିନ କାର୍ଯ୍ୟକଳାପକୁ ଦେଖିବା ପାଇଁ କଂଗ୍ରେସ ନେତା ଆଖଡ଼ା ଆସିଥିବା ନେଇ ବଜରଙ୍ଗ ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି । ଏନେଇ ଏଏନ୍‌ଆଇ ‘ଏକ୍ସ’ରେ ଏକ ପୋଷ୍ଟ କରିଛି ।

 

Get real time updates directly on you device, subscribe now.