fbpx

ବିନା ପରୀକ୍ଷାରେ ରେଲୱେରେ ମିଳୁଛି ଚାକିରି: ୧୦ମ ପାସ୍ କରିପାରିବେ ଆବେଦନ, ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ ଭାରତୀୟ ରେଳବାଇ ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ବିଭିନ୍ନ ପଦ ପାଇଁ ଆଶାୟୀଙ୍କଠାରୁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବାକୁ ଚାହୁଥିଲେ ସେମାନେ ଅଫିସିଆଲ ୱେବସାଇଟ rrcser.co.in କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବାର ଶେଷ ତାରିଖ ହେଉଛି ୧୪ ଡିସେମ୍ବର ୨୦୨୧ ।

ଭାରତୀୟ ରେଳବାଇ ସାଉଥ ଜୋନର ଖଡ଼ଗପୁର, ଟିପିକେଆର, ସନ୍ତରାଗାଛୀ, ଚକ୍ରଧରପୁର, ବୋଣ୍ଡାମୁଣ୍ଡା, ଆଦ୍ରା, ବିକେଏସସି, ଏଡିଆର, ରାଞ୍ଚି ରେଳବାଇ ଅଧୀନରେ ମୋଟ ୧୭୮୫ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଆଶାୟୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କରୁ ମାଟ୍ରିକ ପାସ କିମ୍ବା ଆଇଟିଆଇ ପାସ ହୋଇଥିବା ଦରକାର । ଆଶାୟୀଙ୍କ ବୟସ ୧୫ରୁ ୨୪ ବର୍ଷ ହୋଇଥିବା ଆବଶ୍ୟକ(ସଂରକ୍ଷଣ ମଧ୍ୟ ରହିଛି) । ତେବେ ଆବେଦନ ଶୁଳ୍କ ଦେବାକୁ ପଡ଼ିବ ।

ଏହା ଛଡ଼ା ଆଶାୟୀ ଏହି ଲିଙ୍କ ଜରିଆରେ ଅଫିସିଆଲ ନୋଟିଫିକେସନ ମଧ୍ୟ ଦେଖିପାରିବେ । https://appr-recruit.co.in/2021-22Aprt/Notification.pdf

Get real time updates directly on you device, subscribe now.