fbpx

Facebook CEOଙ୍କ ନାମରେ ଉତ୍ତର ପ୍ରଦେଶରେ ରୁଜୁ ହେଲା ମାମଲା; ବିବାଦ ପଛରେ ଅଛନ୍ତି ଅଖିଳେଶ ଯାଦବ

ନୂଆଦିଲ୍ଲୀ:ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ନାମରେ ମାମଲା । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ନାମରେ ବିବାଦୀୟ ପୋଷ୍ଟକୁ ନେଇ ଜୁକରବର୍ଗ ଏବଂ ଅନ୍ୟ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉତ୍ତର ପ୍ରଦେଶର କନୌଜ ଜିଲ୍ଳା କୋର୍ଟରେ ଏହି ମାମଲା ରୁଜୁ କରାଯାଇଛି । ସବୁଠାରୁ ମଜାଦାର କଥା ହେଉଛି କି ଜୁକରବର୍ଗ ନିଜେ ଅଖିଳେଶ ଯାଦବଙ୍କ ନାମରେ କୌଣସି ପୋଷ୍ଟ କରି ନାହାନ୍ତି । ତେବେ ଜୁକରବର୍ଗଙ୍କ ସୋସିଆଲ ପ୍ଲାଟଫର୍ମର ବ୍ୟବହାରରେ ଏହି ପୋଷ୍ଟ କରାଯାଇଥିବାରୁ ତାଙ୍କ ନାମରେ ଏଫଆଇଆର କରାଯାଇଛି ।

ସରାହାଟି ଗ୍ରାମର ବାସିନ୍ଦା ଅମିତ କୁମାର ଏହି ମାମଲା ରୁଜୁ କରିଛନ୍ତି । ଅମିତଙ୍କ କୋର୍ଟରେ ଦାଖଳ କରିଥିବା ଆବେଦନ ଆଧାରରେ ଫେସବୁକ ପେଜରେ ଅଖିଳେଶଙ୍କ ଛବିକୁ ଖରାପ କରାଯିବାକୁ ପ୍ରୟାସ କରାଯାଉଛି । ମାୟାବତି ଓ ଅଖିଳେଶଙ୍କୁ ଟ୍ରୋଲ କରିବା ପାଇଁ ବୁଆ ବବୁଆ ନାମକ ପେଜରେ ଏମିତି ପୋଷ୍ଟ କରାଯାଉଛି । ଉଲ୍ଲେଖାଯୋଗ୍ୟ ଯେ, ରାଜନୀତି ମଇଦାନରେ ପ୍ରତିଦ୍ୱନ୍ଦୀ ରହିଥିବା ମାୟାବତୀ ଓ ଅଖିଳେଶ ୨୦୧୯ରେ ଏକତ୍ର ନିର୍ବାଚନ ଲଢିଥିଲେ । ୨୫ ମେ’ରେ ଅମିତ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଥିଲେ ହେଁ ପୋଲିସ ଏହାପ୍ରତି କର୍ଣ୍ଣପାତ କରିନଥିଲା । ତେବେ ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଜୁକରବର୍ଗଙ୍କ ନାମରେ ଏଫଆଇଆର ରୁଜୁ କରିଥିଲା ।

Get real time updates directly on you device, subscribe now.