fbpx

ଦଶମ ପାସ କରିଥିବା ପିଲାଙ୍କ ପାଇଁ ରେଲୱେ ନିଯୁକ୍ତି ସୁଯୋଗ, ଫାଙ୍କା ପାଡ଼ିଛି ୪୦୦୦ ରୁ ଅଧିକ ପଦବୀ, ଶିଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଲୱେରେ ଚାକିରି ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ନୋଟିଫିକେସନ ଜାରି କରାଯାଇଛି । ସାଉଥ ଇଷ୍ଟର୍ଣ୍ଣ ରେଲୱେ ଆପ୍ରେଣ୍ଟିସ ନିଯୁକ୍ତି, ଏସି ମେକାନିକ, କାରପେଣ୍ଟର, ଇଲେକଟ୍ରୋନିକ ମେକାନିକ, ଫିଟର, ପେଣ୍ଟର ଆଦି ଟ୍ରେଡସରେ ଆପରେଟିସିପ ପାଇଁ ଅନଲାଇନ ଆବେଦନ ମାଗିଛନ୍ତି । ଇଚ୍ଛୁକ ତଥା ଯୋଗ୍ୟ ଆଶାବାଦୀ, ସାଉଥ ଇଷ୍ଟର୍ଣ୍ଣ ରେଲୱେର ଅଧିକାରୀ ୱେବସାଇଟ scr.indianrailways.gov.in କୁ ଯାଇ ଆପ୍ଲିକେସନ ଫର୍ମ ଭରି ପାରିବେ ।

ସାଉଥ ଇଷ୍ଟର୍ଣ୍ଣ ରେଲୱେ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ବିଭିନ୍ନ ଟ୍ରେଡ୍ସ ପାଇଁ ସମୁଦାୟ ୪୧୦୩ ଖାଲି ପଦବୀ ପୂରଣ କରାଯିବ । ଏଥିରେ ଏସି ମେକାନିକ-୨୫୦ ପଦବୀ, କାରପେଣ୍ଟର-୧୮ ପଦବୀ, ଡ଼ିଜେଲ ମେକାନିକ-୫୩୧ ପଦବୀ, ଇଲେକ୍ଟ୍ରିସିଆନ-୧୦୧୯, ଇଲେକଟ୍ରୋନିକ ମେକାନିକ-୯୨ , ଫିଟର-୧୪୬୦ ପଦବୀ, ମେସିନିଷ୍ଟ- ୭୧ ପଦବୀ, ମେକାନିକ ମେସିନ ଟିଲ ମେଣ୍ଟେନାସ-୦୫ଟି ପଦବୀ, ମିଲ ରାଇଟ ମେଣ୍ଟେନାସ-୨୪, ପେଣ୍ଟର-୮୦ଟି ପଦବୀ ଏବଂ ୱେଲ୍ଡର-୫୫୩ଟି ପଦବୀ ଅନ୍ତର୍ଭୁକ୍ତ ଅଛି ।

ଏଥିରେ ଆବେଦନ କରିବା ପାଇଁ ଦଶମରେ ୫୦ ପ୍ରତିଶତ ମାର୍କ ହାସଲ କରିଥିବା ଆବଶ୍ୟକ । ଏହା ବ୍ୟତିତ ଉଲ୍ଲେଖ ଥିବା ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ସଂଗ୍ରହ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ ସୀମା ୩୦ ଡ଼ିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୫ ରୁ ୨୪ ବର୍ଷ ହୋଇଥିବା ଆବଶ୍ୟକ । ସରକାରୀ ମାନଦଣ୍ଡ ଅନୁସାରେ ଆରକ୍ଷଣ ବର୍ଗର ଆଶାବାଦୀ ମାନଙ୍କ ବୟସ ସୀମା କମାଯାଇଛି । ତେଣୁ ଆପଣ ବୟସ ସୀମା ପାଇଁ ନୋଟିଫିକେସନ ଚେକ କରିପାରିବେ ।

ଜେନେରାଲ, ଓବିସି ବର୍ଗର ପିଲାମାନଙ୍କୁ ୧୦୦ ଟଙ୍କା ଦେୟ କରି ଫର୍ମ ଫିଲପ କରିବାକୁ ପଡ଼ିବ । ଏହାଛଡ଼ା ମହିଳା ଏବଂ ଆରକ୍ଷିତ ବର୍ଗର ବ୍ୟକ୍ତି ମାନଙ୍କୁ କୌଣସି ଦେୟ କରିବାକୁ ପଡ଼ିବ ନାହିଁ । ଏହି ଦେୟ ଆପଣଙ୍କୁ କ୍ରେଡ଼ିଟ କାର୍ଡ ବା ନେଟ ବ୍ୟାଙ୍କିଂ ମାଧ୍ୟମରେ ପକାଯାଇ ପାରିବ ।
ସାଉଥ ଇଷ୍ଟର୍ଣ୍ଣ ରେଲୱେ ଆପ୍ରେଣ୍ଟିସ ନିଯୁକ୍ତି ୨୦୨୨ରେ ଅନଲାଇନ ଆବେଦନ ପ୍ରକ୍ରିୟା ୩୦ ଡ଼ିସେମ୍ବର ୨୦୨୨ରେ ଆରମ୍ଭ ହୋଇଥିଲା । ଏହା ୨୦୨୩ ଜାନୁଆରୀ ୨୯ତାରିଖରେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ ଶେଷ ହେବ । ଆଧିକ ସୂଚନା ପାଇଁ ୱେବସାଇଟରେ ଭିଜିଟ କରନ୍ତୁ ।

Get real time updates directly on you device, subscribe now.