ସତର୍କ ହୋଇଯାଆନ୍ତୁ, ଜୁନ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା:IMD

ନୂଆଦିଲ୍ଲୀ: ଜୁନ ମାସରେ ଅଧିକ ବର୍ଷା ନେଇ ପୂର୍ବାନୁମାନ । ଜୁନରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପ୍ରାକ୍ ମୌସୁମୀ ବର୍ଷା ସ୍ୱଭାବିକଠାରୁ ଅଧିକ ରହିଛି । ମେ ମାସରେ ଦେଶରେ ସ୍ୱଭାବିକଠାରୁ ଅଧିକ ବର୍ଷା ହୋଇଛି ।

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ି ଅନ୍ୟ ସ୍ଥାନରେ ଅଦିକ ବର୍ଷା ହୋଇଛି । କେରଳକୁ ୮ ଦିନ ଆଗୁଆ ମୌସୁମୀ ପ୍ରବେଶ କରିଛି ।

ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ମଧ୍ୟ ମୌସୁମୀ ଆଗୁଆ ପହଞ୍ଚିଛି । ମୌସୁମୀ ଅଗ୍ରସର ନେଇ ଦେଶରେ ପାଗ ଅନୁକୂଳ ରହିଛି ।