fbpx
BJD SKY
BJD SKY

ରାଜ୍ୟରେ ଶୀତ ଓ ବର୍ଷାର ଲୁଚକାଳି : ୧୧ରୁ ପୁଣି ଛେଚିବ ବର୍ଷା

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଶୀତ ଓ ବର୍ଷାର ଲୁଚକାଳି ଭିତରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ତେବେ ଗତ କିଛିଦିନ ତଳେ ବର୍ଷାର ପ୍ରକୋପ ଯିବାପରେ ଶୀତ ବଢ଼ିଥିଲା । ପୁଣି ଆସନ୍ତା ୧୧ରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଜାରି ରହିବ ବୋଲି ପାଣିପାଗ କହିଥିବାବେଳେ ଓଡ଼ିଶାକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଏଭଳି ପାଗରେ ପରିବର୍ତ୍ତନ ଘଟୁଥିବା କୁହାଯାଇଛି ।

Get real time updates directly on you device, subscribe now.