ରାଜା ଟଏଲେଟ ଯାଇଥିବା ସମୟରେ ପଛରୁ ଇସାରା କଲା ସୋନମ, ଜଣାପଡିଲା ସମ୍ପୂର୍ଣ୍ଣ ସତ

ରାଜା ରଘୁବଂଶୀ ହତ୍ୟା ମାମଲାରେ ନୂଆ ତଥ୍ୟ

ମଧ୍ୟପ୍ରଦେଶ: ଦିନ ଯେତେ ଗଡି ଗଡି ଯାଉଛି ମଧ୍ୟପ୍ରଦେଶର ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ପୋଲିସ ପଚରାଉଚରା ସମୟରେ, ହତ୍ୟା ଅଭିଯୁକ୍ତ ରାଜାଙ୍କ ପତ୍ନୀ ସୋନମ ଏବଂ ତାଙ୍କ ବନ୍ଧୁମାନେ ପ୍ରତିଦିନ ନୂଆ ନୂଆ କଥା ପ୍ରକାଶ କରୁଛନ୍ତି।

ପୁଣି ଏକ ନୂଆ ତଥ୍ୟ: ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେମାନେ କହିଛନ୍ତି ଯେ, ଏହି ସବୁକିଛି ଘଟଣା ସୋନମଙ୍କ ଇଙ୍ଗିତରେ ଘଟିଥିଲା।ପ୍ରକୃତରେ, ଶିଲଂ ପୋଲିସ ମଙ୍ଗଳବାର ଦିନ ଅପରାଧର ଦୃଶ୍ୟକୁ ପୁନଃନିର୍ମାଣ କରିଥିଲା। ଏହି ସମୟରେ ପୋଲିସକୁ ଅନେକ ଭିନ୍ନ ସୂଚନା ମିଳିଛି।

ସୋନମ କଲେ ଇସାରା: ସିଲଂ ଏସ୍ ପି ​​ବିବେକ ସିମ୍ କହିଛନ୍ତି ଯେ, ହତ୍ୟା ସମୟରେ ସୋନମ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଗାଡି ପାର୍କିଂ ସ୍ଥାନରେ ପହଞ୍ଚିବା ପୂର୍ବରୁ ସୋନମ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ସହଯୋଗୀମାନଙ୍କୁ ଇଙ୍ଗିତ କରିଥିଲେ। ସେତେବେଳେ ରାଜା ଶୌଚାଳୟକୁ ଯାଇଥିଲେ।

ପୋଲିସର କହିବା ଅନୁଯାୟୀ, ସୋନମଙ୍କ ସଙ୍କେତ ପାଇବା ପରେ ବିଶାଲ ଓରଫ ଭିକି ପ୍ରଥମେ ରାଜାଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରୁ ରକ୍ତ ବାହାରିବାକୁ ଲାଗିଲା। ଏହା ପରେ ଆନନ୍ଦ ଏବଂ ଶେଷରେ ଆକାଶ ମଧ୍ୟ ରାଜାଙ୍କୁ ଆକ୍ରମଣ କରିଥିଲେ।

ମୃତଦେହକୁ ଖାଲରେ ଫିଙ୍ଗିଦେଲେ: ଆକ୍ରମଣ ଏତେ ମାରାତ୍ମକ ଥିଲା ଯେ ରାଜା ବେହୋସ ହୋଇଗଲେ ଏବଂ ତାଙ୍କ ସାରା ଶରୀରରୁ ରକ୍ତ ବାହାରିବାକୁ ଲାଗିଲା। ରକ୍ତ ଦେଖି ସୋନମ ଚିତ୍କାର କରି ସେଠାରୁ ଚାଲିଗଲେ। ତା ପରେ ସୋନମଙ୍କ ସାଥି ମାନେ ରାଜାଙ୍କ ମୃତଦେହକୁ ଏକ ଖାଲରେ ଫିଙ୍ଗି ସେଠାରୁ ପଳାଇ ଯାଇଥିଲେ।