ବଳାତ୍କାର ମାମଲାରେ ଜେଲ୍ ଯାଇଥିଲେ ଆଶାରାମ ବାପୁ, କୋର୍ଟରୁ ମିଳିଲା ଜାମିନ

ଜୟପୁର,୧୪ା୧: ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୦୧୩ରେ ଯୌନ ନିର୍ଯାତନା ସହିତ ଜଡିତ ଏକ ମାମଲାରେ ସ୍ୱାସ୍ଥ୍ୟଗତ କାରଣରୁ ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ଅନ୍ୟ ଏକ ମାମଲାରେ ସ୍ୱାସ୍ଥ୍ୟଗତ କାରଣରୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ଆଦେଶ ପରେ ବିଚାରପତି ଦିନେଶ ମେହେଟ୍ଟା ଏବଂ ବିଚାରପତି ବିନୀତ କୁମାର ମାଥୁରଙ୍କ ଖଣ୍ଡପୀଠ ଆଶାରାମଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୁପ୍ରିମକୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଏବଂ ବର୍ତ୍ତମାନ ମାମଲାରେ ମଧ୍ୟ ହାଇକୋର୍ଟ ଏହାକୁ ଫଲୋ କରିଛନ୍ତି।

ଆଶାରାମଙ୍କ ପ୍ରତିନିଧିତ୍ୱ ଓକିଲ ଆରଏସ ସାଲୁଜା, ନିଶାନ୍ତ ବୋରା, ଆଚାରାଜ ସିଂହ, ଯଶପାଲ ସିଂହ ରାଜପୁରୋହିତ ଏବଂ ଭାରତ ସୈନ କରିଥିଲେ। ରାଜ୍ୟ ପ୍ରତିନିଧିତ୍ୱ ଏଏଜି ଦୀପକ ଚୌଧୁରୀ କରିଥିଲେ।

ଅଭିଯୋଗକାରୀଙ୍କ ପ୍ରତିନିଧିତ୍ୱ ଓକିଲ ପିସି ସୋଲାଙ୍କି କରିଥିଲେ

୨୦୧୩ରେ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଆଶାରାମ ବାପୁଙ୍କୁ ଏପ୍ରିଲ ୨୦୧୮ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ଅପରାଧ ଯୋଧପୁରର ମନାଇ ଗ୍ରାମରେ ଘଟିଥିବା କୁହାଯାଉଛି।

ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି), କିଶୋର ନ୍ୟାୟ ଆଇନ (ଜେଜେ ଆଇନ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପକ୍ସୋ ଆଇନ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା, ଯେଉଁଥିରେ ଚାଲାଣ, ବଳାତ୍କାର,  ଭୁଲ ଭାବରେ ବନ୍ଦୀ ରଖିବା ଏବଂ ଅପରାଧିକ ଧମକ ଦେବା ଭଳି ଅଭିଯୋଗ ରହିଛି।

ଆଶାରାମଙ୍କ ଗିରଫଦାରୀ ପରେ, ସୁରଟର ଦୁଇଜଣ ମହିଳା ମଧ୍ୟ ଏକ ଅଭିଯୋଗ ଦାଖଲ କରିଥିଲେ, ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ, ୨୦୦୨ ରୁ ୨୦୦୫ ମଧ୍ୟରେ ଆଶାରାମ ଏବଂ ତାଙ୍କ ପୁଅ ତାଙ୍କୁ ବଳାତ୍କାର କରିଥିଲେ।

ଯୋଧପୁର ବଳାତ୍କାର ମାମଲାର ଫୌଜଦାରୀ ମାମଲା ୨୦୧୪ରେ ଆରମ୍ଭ ହୋଇଥିଲା ଏବଂ ଚାରି ବର୍ଷ ଧରି ଚାଲିଥିଲା। ବିଚାର ସମୟରେ ନଅ ଜଣ ସାକ୍ଷୀଙ୍କୁ ଆକ୍ରମଣ କରାଯାଇଥିଲା ଯାହା ମଧ୍ୟରୁ ତିନି ଜଣ ସାକ୍ଷୀଙ୍କୁ ହତ୍ୟା କରାଯାଇଥିଲା। ଶେଷରେ୨୦୧୮ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

୨୦୨୨ରେ, ଆଶାରାମ ଦଣ୍ଡ ସ୍ଥଗିତ ରଖିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଏବଂ ଏହାକୁ ଖାରଜ କରାଯାଇଥିଲା।