fbpx

ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସାକାରିଆଙ୍କ ପିତାଙ୍କର କୋଭିଡ -୧୯ ରେ ମୃତ୍ୟୁ

ନୂଆଦିଲ୍ଲୀ, ୦୯/୦୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆଙ୍କ ପିତା କୋଭିଡ-୧୯ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛନ୍ତି। ଚେତନଙ୍କ ପିତା କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇପିଏଲ୍ ୨୦୨୧ ର ସ୍ଥଗିତାଦେଶ ପରେ ଚେତନ ଗୁଜୁରାଟର ଭାବନଗରରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ପିତା ଚିକିତ୍ସିତ ହେଉଥିଲେ। ଏହି ଦ୍ରୁତ ବୋଲର ଆଇପିଏଲରୁ ମିଳିଥିବା ଅର୍ଥକୁ ତାଙ୍କ ପିତାଙ୍କ ଚିକିତ୍ସାରେ ଲଗାଇଥିଲେ । ସେ ଗତ ସପ୍ତାହରେ ଜାଣିବାକୁ ପାଇଥଲେ ଯେ ତାଙ୍କ ପିତା କରୋନା ଆକ୍ରାନ୍ତ ହୋଇଛନ୍ତି ।
ସେ ପୂର୍ବରୁ କହିଥିଲେ ଆଇପିଏଲରୁ ମିଳିଥିବା ଅର୍ଥକୁ ସେ ତାଙ୍କ ବାପାଙ୍କ ଉନ୍ନତ ଚିକିତ୍ସା ପାଇଁ ଖର୍ଚ୍ଚ କରିବେ । ହେଲେ ତାଙ୍କ ବାପା କରୋନା ଯୁଦ୍ଧରେ ହାରିଯାଇଛନ୍ତି । ରାଜସ୍ଥାନ ଏହି ଖେଳାଳିଙ୍କୁ ୧.୨ କୋଟି ଟଙ୍କାରେ କିଣିଛି। ସେ ଚଳିତ ସିଜନରେ ୭ ଟି ମ୍ୟାଚରେ ୭ ଟି ୱିକେଟ୍ ନେଇଥିଲେ, ସେଥିରେ ଏମଏସ ଧୋନି, ସୁରେଶ ରାଇନା, କେ.ଏଲ୍ ରାହୁଲଙ୍କ ୱିକେଟ୍ ରହିଛି । ସାକାରିଆଙ୍କ ପରିବାର ବିଷୟରେ କହିଲେ ତାଙ୍କ ପିତା ଏକ ସମୟରେ ଟେମ୍ପୋ ଚଳାଉଥିଲେ କିନ୍ତୁ ସେ ଦୁଇ ବର୍ଷ ପୂର୍ବେ ଏହି ଚାକିରି ଛାଡିଥିଲେ।
ଭାରତରେ କରୋନା ସହିତ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଗତ ଚାରି ଦିନ ଧରି ପ୍ରତିଦିନ ଚାରି ଲକ୍ଷରୁ ଅଧିକ କରୋନା କେସ ସାମ୍ନାକୁ ଆସୁଛି ଏବଂ ପ୍ରାୟ ଚାରି ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ଦୁଇ ଦିନ ପୂର୍ବେ ଭାରତୀୟ କ୍ରିକେଟର ବୋଦ କୃଷ୍ଣମୂର୍ତ୍ତିଙ୍କ ଭଉଣୀ କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ବରଣ କରିଥିଲେ। ଦୁଇ ସପ୍ତାହ ପୂର୍ବରୁ ବେଦାଙ୍କ ମାଙ୍କର ଦେହାନ୍ତ ହୋଇଥିଲା।
ଏହାପୂର୍ବରୁ ଶନିବାର ଦିନ ଭାରତୀୟ ହକିକୁ ଗୋଟିଏ ଦିନରେ ଦୁଇ ଦୁଇଟି ଝଟକା ଲାଗିଛି। ୧୯୮୦ ମସିହାରେ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ଦୁଇଜଣ ସଦସ୍ୟ ଏମ.କେ କୌଶିକ ଏବଂ ରବିନ୍ଦର ପାଲ ସିଂଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା।
୧୯୮୦ ମସିହାରେ ମସ୍କୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ଅନ୍ୟତମ ପ୍ରମୁଖ ଖେଳାଳୀ ଥିଲେ କୌଶିକ। ୧୯୮୦ ଅଲିମ୍ପିକ୍ସରେ ହରିୟାଣାର ଏହି ପୂର୍ବତନ ହକି ଖେଳାଳି ତିନୋଟି ଗୋଲ୍ ସ୍କୋର କରିଥିଲେ, ଯେଉଁଥିରୁ ଭାରତ ଅଷ୍ଟମ ଅଲିମ୍ପିକ୍ ଟାଇଟଲ୍ ପାଇଁ ସ୍ପେନକୁ ପରାସ୍ତ କରିଥିଲା । ତାଙ୍କୁ ୧୯୯୮ ମସିହାରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା, ୨୦୦୨ ମସିହାରେ ତାଙ୍କୁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

Get real time updates directly on you device, subscribe now.