fbpx

ସଟଡାଉନରେ ଚିକେନ ସେଣ୍ଟର ଖୋଲି ୧୦ ହଜାର ଫାଇନ

ଦେଓଗାଁ,୦୯/୦୫: ରାଜ୍ୟରେ ଜାରି ରହିଛି ଲକଡାଉନ ସଟଡାଉନ । ସଟଡାଉନ ନିୟମ ଭାଙ୍ଗି କେତେକ ଅମାନିଆ ଫାଇନ ମଧ୍ୟ ଗଣୁଛନ୍ତି । ତେବେ ଆଜି ସଟଡାଉନ ଥିବାବେଳେ ଜଣେ ଚିକେନ ଦୋକନୀ ଦୋକାନ ଖୋଲି କିପରି କୋଭିଡ ନିୟମ ଭାଙ୍ଗିଥିଲେ ଏବଂ ୧୦ ହଜାର ଫାଇନ ମଧ୍ୟ ଦେଇଥିଲେ । ଘଟଣା ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ମୂରସିଂହ ଗ୍ରାମର ବାଗପଡାରେ ।

ଗ୍ରାମରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ସ୍ଥାନୀୟ ପ୍ରଶାସନ ସାତ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଜଣେ ଦୋକାନୀ ଚିକେନ ଦୋକାନ ଖୋଲିଥିଲେ । ତେବେ ଖବର ପାଇ ଖବର ପାଇ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ଓ ତୁଷୁରା ପୋଲିସ ଦୋକାନରେ ଚଢାଉ କରିଥିଲେ ଏବଂ ଉକ୍ତ ଦୋକାନୀଙ୍କ ଠାରୁ ୧୦ ହଜାର ଜରିମାନା ଆଦାୟ କରିଥିବା ସହ ଆଗକୁ ଏପରି ହେଲେ ସିଲ କରାଯିବ ବୋଲି ତାଗିଦ କରିଛନ୍ତି ।

Get real time updates directly on you device, subscribe now.