fbpx

ରାଜେଶ ପାଟିଲ BMCର ନୂଆ କମିଶନର: GA ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର । ବିଏମସିର ନୂଆ କମିଶନର ହୋଇଛନ୍ତି ରାଜେଶ ପାଟିଲ । ରାଜେଶ ବର୍ତ୍ତମାନ ରାଜ୍ୟ ସରକାରଙ୍କର ସହଯୋଗ ବିଭାଗର କମିଶନର ତଥା ସଚିବ ଦାୟିତ୍ୱ ସହ ଗୃହ ଓ ସହରୀ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ (ଜିଏ) ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ଶ୍ରୀ ପାଟିଲ ସହଯୋଗ ବିଭାଗର ସଚିବ ତଥା କମିଶନର, ଗୃହ ଓ ସହରୀ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ୧ ମାସ ପାଇଁ ଛୁଟିରେ ଯିବେ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.