‘ଛଡ଼ାଇ ଆଣିବୁ POK, ଗିଲଗିତ-ବେଲୁଚିସ୍ତାନ ବିନା ଅଧୁରା ରହିବ ଜାମ୍ମୁ-କାଶ୍ମୀର ବିକାଶ’: ରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ରକ୍ଷାମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ପାକିସ୍ତାନକୁ ଅଲ୍ଟିମେଟମ୍ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି ଏବଂ ଏହାର ପରିଣାମ ତାକୁ ଭୋଗିବାକୁ ପଡ଼ିବ। ରକ୍ଷାମନ୍ତ୍ରୀ ସିଧାସିଧା କହିଛନ୍ତି ଯେ, ଗିଲଗିତ-ବେଲୁଚିସ୍ତାନ ପର୍ଯ୍ୟନ୍ତ ପହଞ୍ଚିବା ପରେ ହିଁ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ବିକାଶ ସୁନିଶ୍ଚିତ ହୋଇପାରିବ। ସୌର୍ଯ୍ୟ ଦିବସ ପାଳନ ଅବସରରେ ସମ୍ବୋଧିତ କରି ରାଜନାଥ ସିଂ ପାକିସ୍ତାନକୁ ଏଭଳି ଖୋଲା ଚେତାବନୀ ଦେଇଛନ୍ତି ।

ଏହି ସମୟରେ ରାଜନାଥ ସିଂ କହିଥିଲୁ ଯେ, ବର୍ତ୍ତମାନ ଆମେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ବିକାଶ ଯାତ୍ରା ଆରମ୍ଭ କରିଛୁ। ଯେତେବେଳେ ଆମେ ଗିଗିତ-ବେଲୁଚିସ୍ତାନ ପର୍ଯ୍ୟନ୍ତ ପହଞ୍ଚି ଯିବା ସେତେବେଳେ ଏହି ଲକ୍ଷ୍ୟ ପୁରଣ ହେବ। ୧୯୪୭ ମସିହା ଆଜିର ଦିନରେ ଭାରତୀୟ ବାୟୁସେନା ଶ୍ରୀନଗରରେ ଲ୍ୟାଣ୍ଡିଂ କରିଥିଲା। ସେବେଠାରୁ ଏହି ଦିନକୁ ସୌର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି।

ଏହି ସହିତ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଥିବା ନେଇ ସେ ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ। ଆତଙ୍କବାଦର କୌଣସି ଧର୍ମ ନାହିଁ। ଆତଙ୍କୀଙ୍କ ଦେଶ ଭାବରେ ପାକିସ୍ତାନ ଜଣା ଏବଂ ସବୁ ସମୟରେ ଭାରତ ବିରୁଦ୍ଧରେ ଆତଙ୍କବାଦ କାର୍ଯ୍ୟକଳାପ ଜାରୀ ରଖିଛି ବୋଲି ମଧ୍ୟ ସେ କହିଥିଲେ। ତେବେ ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୫କୁ ଉଚ୍ଚେଦ କରି ଦୁଇ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭେଦଭାବକୁୁ ଶେଷ କରିଛନ୍ତି ବୋଲି ରକ୍ଷାମନ୍ତ୍ରୀ କହିଥିଲେ।