fbpx

ଆରପାରିରେ କମେଡିଆନ ରାଜୁ ଶ୍ରୀବାସ୍ତବ…

ନୂଆଦିଲ୍ଲୀ : କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ୫୮ ବର୍ଷ ବୟସ ହୋଇଥିଲା । ତେବେ ରାଜୁ ଶ୍ରୀବାସ୍ତଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ସେ ଦୀର୍ଘ ୪୨ ଦିନ ଧରି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଥିନ ଥିବାବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି ।

ଷ୍ଟାଣ୍ଡ ଅପ୍ କମେଡିଆନ୍ ଭାବେ ବେଶ ପରିଚିତ ଥିଲେ ରାଜୁ ଶ୍ରୀବାସ୍ତବ । ତେବେ ଗତ ମାସ ଅର୍ଥାତ ଅଗଷ୍ଟ ମାସ ୧୦ ତାରିଖରେ ରାଜୁ ଜିମରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଫଳରେ ତାଙ୍କୁ ତୁରନ୍ତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ତେବେ ରାଜୁଙ୍କ ଦେହାନ୍ତ ପରେ ବଲିଉଡ୍ ଜଗତ ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ତେବେ ଉତ୍ତରପ୍ରଦେଶରେ ଜନ୍ମ ହୋଇଥିବା ରାଜୁଙ୍କୁ କମେଡିର ବାଦ୍ଶାହ କୁହାଯାଏ । ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି । ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି । ସେ ପିଲାବେଳୁ ହିଁ କମେଡିଆନ ହେବାକୁ ଚାହୁଁଥିଲେ ଏବଂ ନିଜର ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ । ରାଜୁ ଶ୍ରୀବାସ୍ତବ ଷ୍ଟେଜ୍ ଶୋ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ତେବେ ରାଜୁ ଶ୍ରୀବାସ୍ତବ ‘ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ, କେମଡି ସର୍କସ, ଦ କପିଲ ଶର୍ମା ଶୋ, ଶକ୍ତିମାନ ଭଳି ଟିଭି ଶୋ ନିଜର କମେଡି ଅନ୍ଦାଜ ଦେଖାଇସାରିଛନ୍ତି । ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି । ଏହାପୂର୍ବରୁ ସମାଜବାଦୀ ପାର୍ଟିରେ ରହିଥିଲେ ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବଙ୍କୁ କମେଡିର ବାଦ୍ଶାହ କୁହାଯାଏ । ସେ ଅନେକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି । ବର୍ଷ ବର୍ଷ ଧରି ରାଜୁ ନିଜର କମେଡି ଦ୍ୱାରା ଲୋକମାନଙ୍କୁ ହସାଇ ଆସୁଛନ୍ତି । ତେବେ ଆଜି ୫୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଯେଉଁ ଖବର ପାଇବା ପରେ ତାଙ୍କର ହଜାର ହଜାର ଫ୍ୟାନ୍ସ ଭାଙ୍ଗି ପଡିଛନ୍ତି ।

Get real time updates directly on you device, subscribe now.