fbpx

କରୋନା କବଳରେ ଆଉ ଦୁଇ ନେତା: ସାଂସଦ ସସ୍ମିତ ପାତ୍ର ଓ ଭଦ୍ରକ ବିଧାୟକ ସଂକ୍ରମିତ, ନେଇଥିଲେ ଦୁଇ ଡୋଜ୍ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ରାଜନେତା ମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଶୁକ୍ରବାର ଦୁଇ ଜଣ ରାଜନେତା ସସ୍ମିତ ପାତ୍ର ଏବଂ ସଞ୍ଜୀବ କୁମାର ମଲ୍ଲିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାଜ୍ୟ ସଭା ସାଂସଦ ସସ୍ମିତ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସସ୍ମିତ ଟ୍ୱିଟ୍ କରି କହିଛନ୍ତି ମୁଁ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇଛି । ବିଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ । ଦୁଇଟି ଡୋଜର ଟିକା ନେଇଥିବା ବେଳେ ୨୦୨୦ରେ ଥରେ ଏବଂ ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ସସ୍ମିତ କହିଛନ୍ତି । ତେଣୁ ମାସ୍କ ପିନ୍ଧିବା ସହିତ ସୁରକ୍ଷିତ ରହିବା ପାଇଁ ସସ୍ମିତ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.