fbpx

ଝରାଫୁଲ ମୃତ୍ୟୁ ମାମଲା: ଗେଷ୍ଟ ହାଉସରେ ଅଭିଯୁକ୍ତ ରାକେଶ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ରାମେଶ ସ୍ୱାଇଁକୁ ନେଇ ଭୁବନେଶ୍ୱରରେ ପହଞ୍ଚିଛି ପୋଲିସ । ୨୬ ତାରିଖ ରାତିରେ ଝରାଫୁଲ ରହିଥିବା ଶିବସାଇ ଗେଷ୍ଟ ହାଉସରେ ଅଭିଯୁକ୍ତ ରାକେଶକୁ ଅଣାଯାଇଛି । ଅଧିକ ତଦନ୍ତ ପାଇଁ ଓ ସିନ ରିକ୍ରିିଏସନ ପାଇଁ ଅଭିଯୁକ୍ତ ରାକେଶକୁ ପୋଲିସ ଆଣିଛି । ରାକେଶକୁ ଧରି ଧର୍ମ ବିହାର ଗେଷ୍ଟ ହାଉସରେ ତନାଘନା ଜାରି ରହିଛି । ଯାଜପୁର ଏସଡିପିଓଙ୍କ ସମେତ ପୋଲି ଟିମର ତନାଘନା ଚାଲିଛି । ପୂର୍ବରୁ ଅଭିଯୁକ୍ତ ରାକେଶକୁ ଯାଜପୁରର ମୂଳାପାଳକୁ ନେଇ ଝରାଫୁଲ ମୃତ୍ୟୁ ଘଟଣାର ସିନ୍ ରିକ୍ରିଏଟ କରିଥିଲା ପୋଲିସ ।

ତେବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ରାକେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ପୋଲିସକୁ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.