fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଆମେରିକାରେ ର‌୍ୟାଲି, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ କେବଳ ଦେଶ ଭିତରେ ନୁହେଁ ଦେଶ ବାହାରେ ବି ର‌୍ୟାଲିର ଆୟୋଜନ କରାଯାଉଛି । ଏହି ର‌୍ୟାଲିର ଚିତ୍ର ଏବେ ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଗଣତନ୍ତ୍ରର ଏହି ମହାପର୍ବ ଲାଗି ଉତ୍ସାହ ଲୋକଙ୍‌କ ମଧ୍ୟରେ ଦେଖିବାକୁ ମିଳିଛି । ଏହି କ୍ରମରେ କିଛି ଖବର ବିଦେଶରୁ ବି ଆସିବାରେ ଲାଗିଛି ।

ଆମେରିକାରୁ କିଛି ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକ ହାତରେ ବିଜେପିର ପତାକା ଧରିଥିବାର ନଜର ଆସୁଛନ୍ତି । ସୂଚନା ମିଳିଛି କି ସାନ୍ ଫ୍ରାନସିସକୋରେ ଏକତା ଓ ମୋଦୀଙ୍କ ପ୍ରତି ସମର୍ଥନ ଦେଖାଇବା ପାଇଁ ରବିବାର ‘ମୋଦୀ କା ପରିବାର ମାର୍ଚ୍ଚ’ ଲାଗି ଗୋଲ୍ଡେନ ଗେଟ୍ ବ୍ରିଜ୍‌ରେ ଲୋକମାନେ ଏକତ୍ରୀତ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ୱ ଓ ‘ଅବ୍‌କୀ ବାର୍ ୪୦୦ ପାର୍‌’ ସମର୍ଥନରେ ଲୋକମାନେ ଏକତ୍ରୀତ ହୋଇଥିଲେ ।

ସେହିପରି ଆଉ ଏକ ଚିତ୍ର ୱାଶିଂଟନ୍ ଡିସିରୁ ଆସୁଛି । ଏଥିରେ ଲୋକମାନେ ‘ମୋଦୀ କା ପରିବାର ମାର୍ଚ୍ଚ’ ଟି’ ସାର୍ଟ ପିନ୍ଧି ନଜର ଆସୁଛନ୍ତି । ଏମାନେ ଆମେରିକା, ଭାରତ ଓ ବିଜେପିର ପତାକା ଧରି କ୍ୟାପିଟାଲ୍ ହିଲ୍ ନିକଟରେ ଜମା ହୋଇଛନ୍ତି । ଏମାନେ ମୋଦୀଙ୍କ ନାରା ଲେଖାଯାଇଥିବା ପ୍ଲାକାର୍ଡ ଦେଖାଇ ୱାଶିଂଟନ ସ୍ମାରକ ଆଡକୁ ମାର୍ଚ୍ଚ କରିଛନ୍ତି ।

କୁହାଯାଉଛି କି ବିଜେପିର ଓଭରସିଜ୍ ଫ୍ରେଣ୍ଡ ମୋଦୀଙ୍କ ସମର୍ଥନରେ ଓ ଭାରତରେ ଲୋକସଭା ନିର୍ବାଚନରେ ଏନଡିଏ ୪୦୦ରୁ ଅଧିକ ସିଟ୍ ଜିତିବାର ସମର୍ଥନରେ ଆମେରିକାରେ ୧୬ରୁ ଅଧିକ ସହରରେ ବିଶେଷ ସ୍ଥାନରେ ‘ମୋଦୀ କା ପରିବାର ମାର୍ଚ୍ଚ’ ଆୟୋଜନ କରାଯାଉଛି ।

Get real time updates directly on you device, subscribe now.