ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା କ୍ରିକେଟ ବୋର୍ଡର ଚେୟାରମ୍ୟାନ ରମିଜ ରାଜାଙ୍କୁ ଲାଗିଛି ଏକ ଝଟକା । ପାକିସ୍ତାନ କ୍ରିକେଟ ବୋର୍ଡ ପଦରୁ ତାଙ୍କୁ ହଟାଇ ଦିଆଯାଇଥିବା ନେଇ ସୂଚନା ମିଳିଛି । ଦେଶରେ ନୂଆ ସରକାର ଗଠନ ହେବା ପରଠୁ ତାଭ୍କ ପଦବୀ ଉପରେ ଆଶଙ୍କାର ଘଣ୍ଟି ଲାଗି ରହିଥିଲା । ରମିଜ ରାଜା ଏହି ପଦବୀରେ ରହିବାକୁ ଇଚ୍ଛାପ୍ରକାଶ କରିଥିଲେ ହେଁ ସଫଳ ହୋଇ ପାରିନାହାନ୍ତି । ଏହାପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ପଦରୁ ମଧ୍ୟ ବିତାଡିତ କରାଯାଇଛି ।
ତେବେ ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ପାଇଁ ନୂଆ ପ୍ରାର୍ଥୀ ତାଲିକାରେ ନଜମ ସେଠୀ ଏବଂ ଶକୀଲ ଶେଖଙ୍କ ନାମ ସାମିଲ ରହିଛି । ଇମ୍ରାନ ଖାନଙ୍କ ପରେ ବୋର୍ଡର ପୂର୍ବ ସଦସ୍ୟମାନଙ୍କର ଏକ ସଂଗଠନ ଘରୋଇ କ୍ରିକେଟର ପୁରୁଣା ଫର୍ମାଟକୁ ଫେରିଯିବା ପାଇଁ ପ୍ରସ୍ତାବ ଦେଇଛି । ତେବେ ଖୁବଶୀଘ୍ର ଏହାକୁ ନେଇ ଏକ ନିଷ୍ପତ୍ତି ନିଆଯାଇପାରେ । ଚେୟାରମ୍ୟାନଙ୍କୁ ପଦରୁ ହଟାଇବା ନିଷ୍ପତ୍ତି କେବଳ ଗଭର୍ଣ୍ଣିଂ ବୋର୍ଡ ହିଁ ନେଇଥାଏ । ତେବେ ଏଥିପାଇଁ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ପଡିବ । ଯାହାଦ୍ୱାରା ଜଣେ ଚେୟାରମ୍ୟାନଙ୍କୁ ପଦରୁ ବହିଷ୍କାର କରାଯାଇ ପାରିବ । କିନ୍ତୁ ପାକିସ୍ତାନ କ୍ରିକେଟରେ ପ୍ରାୟତଃ ସରକାରଙ୍କ ହସ୍ତକ୍ଷେପ ରହୁଥିବାରୁ ଏହା ପୂର୍ବରୁ ନଜମ ସେଠୀ ।
କିଛି ଦିନ ତଳେ ଅଷ୍ଟ୍ରେଲିଆ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ ଖେଳିଛି । ଏହି ଉପଲବ୍ଧିରେ ସବୁଠୁ ବଡ ଭୂମିକା ଗ୍ରହଣ କରିଥିଲେ ଚେୟାରମ୍ୟାନ ରମିଜ ରାଜା । ଏହାବ୍ୟତୀତ ସେ ଏହି ପଦବୀରେ ଥାଇ ଅନେକ ବଡ ନିଷ୍ପତ୍ତି ନେବାକୁ ଚେଷ୍ଟା କରିଛନ୍ତି । ଭାରତ-ପାକିସ୍ତାନ ସମେତ ୪ ଦେଶକୁ ନେଇ ଏକ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ରମିଜ । କିନ୍ତୁ ଆଇସିସି ତାଙ୍କର ଏହି ପ୍ରସ୍ତାବକୁ ଖାରଜ କରି ଦେଇଥିଲା ।